୨୬ ଜାନୁଆରୀ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଜଟଣୀ :- ଈଷ୍ଟ୍ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ପକ୍ଷରୁ ୭୪ ତମ ମଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରେଲୱେ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ରୋଡ଼ ମଣ୍ଡଳ ଅଧିକାରୀ ରିଙ୍କେସ ରାୟ ପତାକା ଉତଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସର ରେ ଉଦବୋଧନ ଦେଇ ଡି ଆର୍ ଏମ ଶ୍ରୀ ରାୟ କହିଥିଲେ ଯେ ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ଡିସେମ୍ବର ୨୦୨୨ ସୁଦ୍ଧା ୧୧ ହଜାର ୪୧ କୋଟି ମାଲଭଡ଼ା ରାଜସ୍ବ ସହିତ ସର୍ବ କାଳୀନ ଉଚ୍ଚତମ ୧୧୪.୮୫ମିଲିୟନ ଟନ ର ମୂଳ ଲଦାନ୍ ହାସଲ କରିଛି । ଆମକୁ ଏହି ଉପଲବ୍ଧି ଆମର ସମର୍ପିତ କର୍ମଚାରୀ,ଅଧିକାରୀ ମାନଙ୍କ ଟିମ୍ ଙ୍କ ଅବିଶ୍ରାମ ପ୍ରୟାସ ଏବଂ କଠିନ ପରିଶ୍ରମ ଯୋଗୁଁ ପ୍ରାପ୍ତ ହୋଇଛି । ସେଥିପାଇଁ ମୁଁ ଆନ୍ତରିକତା ସହ ଭୂୟସି ପ୍ରଶଂସା ଓ ଅଭିନନ୍ଦନ ଜ୍ଞାପନ କରୁଛି ।