<h4><strong><span style="color: #ff0000;"><em>୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର/ନୂଆଦିଲ୍ଲୀ :-</em> </span>ଗତକାଲି ଉଦୀୟମାନ ଓଡିଶୀ ନୃତ୍ୟଶିଳ୍ପୀ ସୁକନ୍ୟା ଶକ୍ତିସମ୍ପନ୍ନା ନିୟୁର୍କ ଠାରେ ପହଂଚିଛନ୍ତି I ସେଠାରୁ ସେ ଲାଟିନଆମେରିକା ଅଭିମୁଖେ ଯାତ୍ରା କରିବେ l ଲାଟିନ ଆମେରିକା ସ୍ଥିତ ଡୋମିନିକ ରିପବ୍ଲିକ ର ପ୍ରମୁଖ ମହାନଗରୀରେ ସପ୍ତାହ ବ୍ୟାପି ନୃତ୍ୟ କାର୍ଯ୍ୟକ୍ରମ ସହିତ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନୃତ୍ୟ ସମ୍ପର୍କିତ କର୍ମଶାଳାରେ ଯୋଗଦାନ କରିବେ l ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନା ଓଡିଶୀ ନୃତ୍ୟନିପୁଣା ପଦ୍ମଶ୍ରୀ ରଞ୍ଜନା ଗହ୍ୱରଙ୍କ ନେତୃତ୍ୱରେ ସମଗ୍ର ଦେଶର ଛଅ ଜଣ ଖ୍ୟାତିସମ୍ପନ୍ନ ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନାଙ୍କ ଗହଣରେ ଶକ୍ତି ସମ୍ପନ୍ନା ଏକମାତ୍ର ଓଡ଼ିଆ ଝିଅ l </strong><img class="alignnone wp-image-97478" src="https://odishatazanews.com/wp-content/uploads/2023/01/bbsr-1-5-160x300.jpg" alt="" width="925" height="1734" /><strong>ଜାତୀୟ ସ୍ତରରେ ନୃତ୍ୟ ପ୍ରଦର୍ଶନ କରି ଢ଼େର୍ ସୁଖ୍ୟାତି ଅର୍ଜନ କରିଥିବା ଶକ୍ତିସମ୍ପନ୍ନା ସର୍ବପ୍ରଥମ ଥର ପାଇଁ ଆନ୍ତର୍ଜାତିକ ସ୍ତରରେ ନୃତ୍ୟ ପ୍ରଦର୍ଶନ କରିବେ l ଶକ୍ତିସମ୍ପନ୍ନା ସମ୍ପ୍ରତି "ନୃତ୍ୟ ନୈବେଦ୍ୟ"ର ପ୍ରତିଷ୍ଠାତା,କେନ୍ଦ୍ର ସଂଗୀତ ନାଟକ ଏକାଡେମୀ,ଓସ୍ତାଦ୍ ବିସ୍ମିଲା ଖାନ ଯୁବ ପୁରସ୍କାର ବିଜେତା ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ଅଧୀନରେ ନୃତ୍ୟଶିକ୍ଷା ଜାରି ରଖିଛନ୍ତି l ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଅଧୟନରତ ମନୋବିଜ୍ଞାନ ବିଭାଗର ଦ୍ଵିତୀୟ ବର୍ଷ ସ୍ନାତକ ଛାତ୍ରୀ ଶକ୍ତି ସମ୍ପନ୍ନା କବି ରାଜନେତା ଶଙ୍କର ପରିଡା ଓ ପ୍ରାଧ୍ୟାପିକା ଶୁଭ୍ରା ନାୟକଙ୍କ ଜେଷ୍ଠ କନ୍ୟା l</strong><img class="alignnone wp-image-89556" src="https://odishatazanews.com/wp-content/uploads/2022/11/Delhi-Repoter-Kishore-Dwibedi.jpg22-Copy-2-300x64.jpg" alt="" width="614" height="131" /> <img class="alignnone wp-image-88991" src="https://odishatazanews.com/wp-content/uploads/2022/11/ranpur-55-300x111.jpg" alt="" width="657" height="243" /></h4>