ରାଜ୍ୟର ସମସ୍ତ ବ୍ଲକରେ ଶାସକ ଦଳ ବିଜେଡି ଚଞ୍ଚକତା କରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲି କରିଥିବାବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡିଥିବାର ଅଭିଯୋଗ କରିଛନ୍ତି l ପ୍ରକାଶ ପାଇଥିବା ତ୍ରୁଟି ପୂର୍ଣ୍ଣ ତାଲିକାକୁ ସ୍ଥଗିତ ରଖିବା ସହ ଆଗାମୀ ସାତ ଦିନ ଭିତରେ ଅଯୋଗ୍ୟ ହିତାଧିକାରୀକୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୂତ କରିବାପାଇଁ ଦାବୀ କରିଛନ୍ତି,ନଚେତ ବିଜେପି ରାଜ୍ୟର ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ପୃଥ୍ୱୀରାଜ କହିଛନ୍ତି l
ଉକ୍ତ ସମୟରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ,ବାଣପୁର ବ୍ଲକ ଅଧ୍ୟକ୍ଷ ଅ ମେରନ୍ଦ୍ର ରଣସିଂହ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଧବ ଚନ୍ଦ୍ର ବାରିକ,ଦୁଇ ଜିଲ୍ଲା ପରିଷଦ ସଦସ୍ୟା, ସରପଞ୍ଚ,ସମିତି ସଭ୍ୟ,ସ୍ଥାନୀୟ ନେତୃବୃନ୍ଦ ସମେତ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ l ସେହିପରି ଭାବେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଚିଲିକା ବ୍ଲକରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏକ ଶୋଭାଯାତ୍ରା କରି ବିଭିନ୍ନ ପ୍ରକାର ନାରାବାଜି ଦେଇ ପ୍ରଥପ୍ରାନ୍ତ ସଭା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ଜୋସନ୍ନl ରାଣୀ ବେହେରା ସମେତ ବିଜେପିର ବହୁ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l

© 2023 Odisha Taza News.