No Result
View All Result
୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- କିଛି ଦିନ ହେବ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମାନଙ୍କ ସମ୍ଭାବ୍ୟ ତାଲିକା ପ୍ରତି ବ୍ଲକରେ ପ୍ରକାଶ ପାଇଥିଲା l ଉକ୍ତ ସମ୍ଭାବ୍ୟ ତାଲିକାରେ ଅନିୟମିତତା ହୋଇଛି,ତ୍ରୁଟି ଦର୍ଶାଇ ଆଜି ବୁଧବାର ମଧ୍ୟାହ୍ନରେ ବାଣପୁର ବ୍ଲକରେ ବିଜେପି ପକ୍ଷରୁ ବିଭିନ୍ନ ପ୍ରକାର ନାରାବାଜି ଦେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ଏକ ଦାବୀ ପତ୍ର ଦେଇଥିଲେ l ରାଜ୍ୟର ସମସ୍ତ ବ୍ଲକରେ ଶାସକ ଦଳ ବିଜେଡି ଚଞ୍ଚକତା କରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲି କରିଥିବାବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡିଥିବାର ଅଭିଯୋଗ କରିଛନ୍ତି l ପ୍ରକାଶ ପାଇଥିବା ତ୍ରୁଟି ପୂର୍ଣ୍ଣ ତାଲିକାକୁ ସ୍ଥଗିତ ରଖିବା ସହ ଆଗାମୀ ସାତ ଦିନ ଭିତରେ ଅଯୋଗ୍ୟ ହିତାଧିକାରୀକୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୂତ କରିବାପାଇଁ ଦାବୀ କରିଛନ୍ତି,ନଚେତ ବିଜେପି ରାଜ୍ୟର ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ପୃଥ୍ୱୀରାଜ କହିଛନ୍ତି lଉକ୍ତ ସମୟରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ,ବାଣପୁର ବ୍ଲକ ଅଧ୍ୟକ୍ଷ ଅ ମେରନ୍ଦ୍ର ରଣସିଂହ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଧବ ଚନ୍ଦ୍ର ବାରିକ,ଦୁଇ ଜିଲ୍ଲା ପରିଷଦ ସଦସ୍ୟା, ସରପଞ୍ଚ,ସମିତି ସଭ୍ୟ,ସ୍ଥାନୀୟ ନେତୃବୃନ୍ଦ ସମେତ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ l ସେହିପରି ଭାବେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଚିଲିକା ବ୍ଲକରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏକ ଶୋଭାଯାତ୍ରା କରି ବିଭିନ୍ନ ପ୍ରକାର ନାରାବାଜି ଦେଇ ପ୍ରଥପ୍ରାନ୍ତ ସଭା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ଜୋସନ୍ନl ରାଣୀ ବେହେରା ସମେତ ବିଜେପିର ବହୁ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l
No Result
View All Result