ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ ଗଠନ କରିଥିଲେ l
୨୫ ଜାନୁଆରୀ,ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା ଜିଲ୍ଲା ନାଚୁଣୀ :- ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ଥାନା ହରିପୁର ଜଙ୍ଗଲରରୁ ଟ୍ରଲି ବ୍ୟାଗରୁ ମୃତ ଦେହ ଉଦ୍ଧାର ଘଟଣା ତିନି ଦିନ ନ ପୂରୁଣୁ ଆଜି ବାଣପୁର ଥାନା ଅନ୍ତର୍ଗତ ଗୋଦାବରୀଶ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଆଶୁତୋଷ ମହାପାତ୍ରଙ୍କୁ ବେକକୁ ଦଉଡିରେ ବାନ୍ଧି କୂଅରେ ପକାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନକୁ ବୁଧୁବାର ଗିରଫ କରିଛି ପୋଲିସ l ଛାତ୍ର ଜଣକ ହେଉଛନ୍ତି ବାଣପୁର ଥାନା ବଡହନ୍ତୁଆଡ଼ ଗ୍ରାମ ଖମାର ସାହିର ପ୍ରଶାନ୍ତ ମହାପାତ୍ରଙ୍କ ପୁତ୍ରଙ୍କ ଏକମାତ୍ର ପୁଅ ଆଶୁତୋଷ ମହାପାତ୍ର (17) l ଆଶୁତୋଷ ମହାପାତ୍ର ଗୋଦାବରୀଶ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର l ଆଶୁତୋଷ ସୋମବାର ଠାରୁ ନିଖୋଜ ହେବା ପରେ ମୃତ ଆଶୁତୋଷଙ୍କ ବାପାଙ୍କ ପାଖକୁ ଫୋନରେ ମେସେଜ ଆସିଥିଲା ତୁମ ପୁଅ କୁ କିଡ଼ନାପ କରିଛି ୫ ଲକ୍ଷ ଦେଇ ପୁଅ କୁ ସୁରକ୍ଷିତ ନେଇଯାଅ ପୋଲିସକୁ ଜଣାଇଲେ ପରିସ୍ଥିତି ଭୟବାହ ହେବ lଏହା ଜାଣିବା ପରେ ପରିବାର ଲୋକ ଭୟଭୀତ ହୋଇଯାଇଥିଲେ l ଏହା ଜାଣିବା ପରେ ଆଶୁତୋଷର ମା ଅନୁପମା ମହାପାତ୍ର ବାଣପୁର ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇବା ପରେ ବିଗତ ଦୁଇ ଦିନ ହେବ ପୋଲିସ ଉକ୍ତ ଘଟଣାରେ ଏକାଧିକ ବ୍ୟକ୍ତିଙ୍କୁ ଜେରା କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ମୋବାଇଲ କୁ ଟ୍ରାକିଙ୍ଗ କରି ଗତ କାଲିଠାରୁ ଆଶୀର୍ବାଦ ପ୍ରଧାନ କୁ ଅଟକ ରଖି ପଚରା ଉଚରା କରିବାରୁ ସେ ଆଶୁତୋଷଙ୍କୁ ହତ୍ୟା କରି କୂଅରେ ପକାଇ ଦେଇଥିବା ସ୍ବୀକାର କରିଥିଲା l ଦୀକ୍ଷିତ ପଡା ଓ ଖଣତ ଗ୍ରାମ ମଧ୍ୟ୍ୟ ବର୍ତ୍ତୀ ଅଂଚଳରେ ହତ୍ୟାକାରୀଙ୍କ ଏକ ଅର୍ଦ୍ଧନିର୍ମିତ ଘରେ ଅପହରଣ କରି ରଖିଥିବା ବେଳେ ପରବର୍ତୀ ସମୟରେ ଏକ ଦଉଡି ଜରିଆରେ ବେକକୁ ଚିପି ହତ୍ୟାକରି ବାରିପାଖ ରେ ଥିବା ଏକ କୂଅ ରେ ଫୋପାଡ଼ି ଥିବାର ଜଣାପଡିଛି l ଆଜି ଅପରାହ୍ନ ରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଂଚଳକୁ ଅଭିଯୁକ୍ତଙ୍କ ସହ ଯାଇ ସିନ ରିକ୍ରିଏସନ କରିଥିବା ବେଳେ କୂଅରୁ ଆଶୁତୋଷଙ୍କ ମୃତ ଶରୀରକୁ ଉଦ୍ଧାର କରି ବ୍ୟବଛେଦ କରିବାକୁ ପଠାଇଥିବା ବେଳେ ଏ ଘଟଣାରେ ପୋଲିସ 54/23 ରେ ମାମଲା ରୁଜୁକରି ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ହତ୍ୟାର ପ୍ରକୃତ ରହସ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛନ୍ତି l