No Result
View All Result
୨୪ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :-୧୨ ଲକ୍ଷ ଟଙ୍କାର ଗଛିତ ଗଞ୍ଜେଇ ଜବତ, ମାଫିଆ ଘଟଣା ସ୍ଥଳ ରୁ ଫେରାର। ପୁଣି କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ କୁ ବଡ଼ସଫଳତା ମିଳିଛି l ଗଛିତ ରଖାଯାଇଥିବା ୧୨୩ କେଜି ଗଞ୍ଜେଇ ଜବତ କରିଛି ଲମତାପୁଟ ଏବଂ ମାଛକୁଣ୍ଡ ପୋଲିସ l ବିଶେଷ ସୂତ୍ର ରୁ ଖବର ପାଇ ବାଲେଲ ଗ୍ରାମର ଜଣକ ଘର ଉପରେ ଚଢାଉ କରାଯାଇଥିବା ବେଳେ
ସାଙ୍ଗରେ ସ୍ଥାନୀୟ ମାଜିଷ୍ଟେଡ଼ ଉପସ୍ଥିତ ରେ ଘର ଚାବି ଭାଙ୍ଗି ଘରକୁ ଯାଞ୍ଚ କରିବା ବେଳେ ୫ ଟି ବସ୍ଥାରେ ଗଞ୍ଜେଇ ଥିବା ପାଇଥିଲା l କିନ୍ତୁ ଘଟଣା ସ୍ଥଳରୁ ଗଞ୍ଜେଇ ଚୋରାଚାଲାଣକାରୀ ଫେରାରହୋଇଯାଇଥିବା ବେଳେ ଗଞ୍ଜେଇ ଜବତ କରିଛି ପୋଲିସ ଟିମ୍ l ଏହାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି l

No Result
View All Result