ଓଡିଶା ତାଜା ନ୍ୟୁଜ୍ (୧୦ ଜୁନ୍ ବୁଧବାର ) କଟକ /ମାହାଙ୍ଗା :- କରୋନା ମୁକାବିଲା କ୍ଷେତ୍ରରେ ନିରନ୍ତର ସଂଗ୍ରାମ ଜାରିରଖିଥିବା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପ୍ରଗତି ଫାଉଣ୍ଡେସନ ଆଜି ସମ୍ବର୍ଦ୍ଧିତ କରିବା ଦେଖିବାକୁ ମିଳିଛି । ମାହାଙ୍ଗା ବ୍ଲକର ଗୌଡ଼ପଡ଼ା ପାନ୍ଥନିବାସ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବ୍ଲକ ଚେୟାରମ୍ୟାନ ଶରତ କୁମାର ନାୟକ ଉଦଘାଟନ କରିଥିଲେ । ସାମ୍ବାଦିକ, ଡାକ୍ତର, ପୋଲିସ, ବ୍ଲକ ଏବଂ ତହସିଲ ପ୍ରଶାସନ ସହିତ କୋଭିଡ -19 ଯୋଦ୍ଧା ଭାବେ ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚେୟାରମ୍ୟାନ ଶରତ ନାୟକ, ମୁଖ୍ୟବକ୍ତା ଭାବେ ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଆଇଆଇସି ରଞ୍ଜନ କୁମାର ପ୍ରଧାନ,ମେଡିକାଲ ଅଫିସର ଡାକ୍ତର ହେମନ୍ତ କୁମାର ସିଂ, ଆଡିସିନଲ ବିଡ଼ିଓ ମହେଶ୍ୱର ସେଠୀ, ଆଡିସିନଲ ତହସିଲଦାର ଦିଲୀପ ନାୟକ ଯୋଗଦେଇ କୋଭିଡ ଯୋଦ୍ଧା ମାନଙ୍କ ନିରନ୍ତର ସଂଗ୍ରାମ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ସାମ୍ବାଦିକ ତାପସ ବିଶ୍ୱାଳ ଅତିଥି ପରିଚୟ ଓ ସାମ୍ବାଦିକ ପ୍ରଦୀପ ନାୟକ ସ୍ୱାଗତ ଭାଷଣ ଦେଇଥିଲେ ।
ସମସ୍ତ ଅତିଥି ମାନଙ୍କୁ ମାନପତ୍ର, ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିବା ବେଳେ, ବରିଷ୍ଠ ସାମ୍ବାଦିକ ସୀତାନାଥ ସିହ୍ନା,ସାମ୍ବାଦିକ ଅଖିଳେଶ ମହାନ୍ତି, ସାମ୍ବାଦିକ ଉମାକାନ୍ତ ଜେନା, ସାମ୍ବାଦିକ ଦୀପକ ସାହୁ, ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ,ସାମ୍ବାଦିକ ବିବେକାନନ୍ଦ ଦାସ, ବିଜୟ ଜେନା, ରଶ୍ମି ରଞ୍ଜନ ମହାନ୍ତି, ଧନେଶ୍ୱର ସେଠୀ, ରମେଶ ସାହୁ, ତାପସ ବିଶ୍ୱାଳ, ଯଯାତି ସିଂ, ଅଶୋକ ଦାଶ, ଅମୀୟ ନାୟକ, ଅସିତ ସାମଲ, ଅଚ୍ୟୁତାନନ୍ଦ ନାୟକ, ରଞ୍ଜନ ବାରିକ, ଅରୁଣ ଲେଙ୍କା, ସୁରେଶ ବଳ, ଅପରାକାନ୍ତ ନାୟକ, ସୁବାଶିଷ ବସନ୍ତରାୟ, ହରିହର ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ସେହିପରି ବ୍ଲକରେ ଥିବା ୩୭ ଗ୍ରାମ ପଞ୍ଚାୟତ ମଧ୍ୟରୁ ରାହାଣିଆ ସରପଞ୍ଚ କାର୍ତ୍ତିକ ଜେନା, କୁଣ୍ଡି ଓ ଉମର ପଞ୍ଚାୟତର ମହିଳା ସରପଞ୍ଚ ରାଜଶ୍ରୀ ବିଶ୍ୱାଳ ଏବଂ ନିରୁପମା ମହାପାତ୍ରଙ୍କୁ ଶ୍ରେଷ୍ଠ ସରପଞ୍ଚ ଭାବେ ସମ୍ମାନିତ କରାଯାଇଥିଲା । ଝଡ଼େଶ୍ୱରପୁର ଅଙ୍ଗନବାଡି କର୍ମୀ କାନ୍ତିଲତା ନାୟକ, ମାହାଙ୍ଗା ଥାନା ଏଏସଆଇ ହାପିଜ ଖାଁ, ହାବିଲଦାର ମହେଶ୍ୱର ସାହୁ,ଗୃହରକ୍ଷୀ କଳ୍ପତରୁ ସାମଲଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଗତି ଫାଉଣ୍ଡେସନର ସଦସ୍ୟ ଜଗନ୍ନାଥ ରାଉତ, ସୂର୍ଯ୍ୟକାନ୍ତ ସାହୁ, ଅଙ୍କିତ ଜେନା, ସୌମ୍ୟରଂଜନ ଧଳ, ଶାଶ୍ୱତ ରାଉତରାୟ, ସୁରଜ ନାୟକ ପୂର୍ବତନ ସରପଞ୍ଚ ସଦାଶିବ ଦାସ, ଧନଞ୍ଜୟ ସାହୁ, ସଂଗ୍ରାମ ନାୟକ, ପ୍ରଦୀପ୍ତ ମହାରଣା, ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।
ଅସୁସ୍ଥତା ବଶତଃ କାର୍ଯ୍ୟକ୍ରମରେ ଯୋଗଦେଇପାରି ନଥିବାରୁ ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସୁମନ୍ତ ଜେନା, ଡାକ୍ତର ସାୟଂ ପ୍ରକାଶ ପରିଡା, ମହିଳା ପୋଲିସ ଅଧିକାରିଣୀ ଚିନ୍ମୟୀ କର, ଫଣ୍ଡିଅଧିକାରୀ ଜଗନ୍ନାଥ ପାଣିଗ୍ରାହୀଙ୍କ ନିକଟରେ ପହଂଚି ସମ୍ପାଦକ ପ୍ରଦୀପ ନାୟକ ଏହି କରୋନା ଯୋଦ୍ଧା ସମ୍ମାନ ପାଇଁ ପ୍ରସ୍ତୁତ ମାନପତ୍ର ଏବଂ ଉତ୍ତରୀୟ ଆଦି ଉପଢୌକନ ପ୍ରଦାନ କରିଥିଲେ । ( ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com