ସିଦ୍ଧାର୍ଥ ମହାଦେବନ, ଶିବମ୍ ମହାଦେବନ୍, ଶ୍ରୀନିଧି ଘଟାଟେ ଓ ଅସିମା ପଣ୍ଡାଙ୍କ ଦ୍ୱାରା ପ୍ରଦର୍ଶିତ ଫ୍ୟୁଜନ୍ ଟ୍ରାକ୍ଗୁଡିକରେ ମନ ଖୋଲି ନାଚିଲେ ଭୁବନେଶ୍ୱରରବାସୀ ।

୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସିଦ୍ଧାର୍ଥ ମହାଦେବନ, ଶିବମ୍ ମହଦେବନ୍, ଶ୍ରୀନିଧି ଘଟାଟେ ଓ ଅସିମା ପଣ୍ଡାଙ୍କ ଦ୍ୱାରା ପ୍ରଦର୍ଶିତ ଫ୍ୟୁଜନ୍ ଫିଏଷ୍ଟାକୁ ଉପଭୋଗ କରିବା ପାଇଁ ଡଟ୍ ଫେଷ୍ଟ୍ର ୯ମ ଦିନରେ ଭୁବନେଶ୍ୱରର କୋଣଅନୁକୋଣରୁ ୧୫୦୦୦ରୁ ଅଧିକ ଲୋକ ଇଡ୍କୋ ପ୍ରଦର୍ଶନୀ ପଡିଆଠାରେ ଏକତ୍ରିତ ହୋଇଥିଲେ । ଏହି କଳାକାରମାନଙ୍କୁ ଭୁବନେଶ୍ୱର ଓ କଟକର ପୁଲିସ୍ କମିଶନର, ଆଇପିଏସ୍ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ସମ୍ମାନିତ କରିଥିଲେ । ଡଟ୍ ଫେଷ୍ଟର ୯ମ ଦିନରେ ବିଏମସି ଏସୟୁଏଚ-ଅର୍ବାନର ୧୦୦ ଜଣ ବାସହୀନ ଯୋଗ ଦେଇ ଏହି ସଂନ୍ଧ୍ୟାକୁ ଆଜି ଆହୁରି ସ୍ୱତନ୍ତ୍ର କରିଛନ୍ତି । ଡଟ୍ ଫେଷ୍ଟ୍ର ୯ମ ଦିନ ପ୍ରାତଃ ସମୟରେ ସୁନ୍ଦର ପ୍ରାକୃତିକ ଟ୍ରେଲ୍ଗୁଡିକ ସହ ଆରମ୍ଭ ହୋଇଥିଲା, ଏହାପରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ଓଲ୍ଡଟାଉନ୍ରେ ମନ୍ଦିର ଖାଦ୍ୟ ଓ ମିଠାର ସ୍ୱାଦ ଚାଖିବାକୁ ସୁଯୋଗ ପାଇଥିଲେ । ଆରମ୍ଭରୁ ଏକ ବଡ ଭିଡ-ଆକର୍ଷଣକାରୀ ରହିଆସିଥିବା ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ବହୁସଂଖ୍ୟକ ଖାଦ୍ୟପ୍ରେମୀ ଆନ୍ତର୍ଜାତୀୟ ଖାଦ୍ୟଗୁଡିକୁ ଉପଭୋଗ କରିବା ପାଇଁ ଏକତ୍ରିତ ହୋଇଥିଲେ । ଗତକାଲି ଅର୍ଥାତ୍ ଜାନୁଆରୀ ୨୨ ତାରିଖରେ ଏହି ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ୧୨ ଲକ୍ଷ ଟଙ୍କାରୁ ଅଧିକ ବ୍ୟବସାୟ କରିଛି ।ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶିତ କରିବା ଲକ୍ଷ୍ୟ ସହ ଆୟୋଜିତ ହୋଇଥିବା ଫ୍ଲି ମାର୍କେଟ୍ ଏକ ଚମତ୍କାର ଭିଡ ଆକର୍ଷଣକାରୀ ଓ ପରିଦର୍ଶକଙ୍କ ପାଇଁ ଏକ ଉନ୍ନତ ସପିଙ୍ଗ୍ ଅନୁଭୂତି ଭାବେ ପ୍ରମାଣିତ ହୋଇଛି ଯେଉଁଠାରେ ୧୨୦ରୁ ଅଧିକ ଷ୍ଟଲ୍ରେ ସ୍ଥାନୀୟ ଭାବେ ନିର୍ମିତ ସାମଗ୍ରୀ ଓ ହସ୍ତଶିଳ୍ପ ପ୍ରଦର୍ଶିତ ହେଉଛି । ଏହି ଫ୍ଲି ମାର୍କେଟ୍ ଗତକାଲି ଜାନୁଆରୀ ୨୨ ତାରିଖରେ ୭.୬ ଲକ୍ଷ ଟଙ୍କାର ବ୍ୟବସାୟ କରିଛି ଯାହା ଡଟ୍ ଫେଷ୍ଟ୍ ଆଂଚଳିକ ଉଦ୍ୟୋଗୀମାନଙ୍କୁ ଏକ ଉଲ୍ଲେଖନୀୟ ସୁଯୋଗ ପ୍ରଦାନ କରିଛି ବୋଲି ପ୍ରମାଣିତ କରୁଛି ।

ଡଟ୍ ଫେଷ୍ଟ୍ର ୧୦ମ ଦିନରେ ‘ନନ୍-ଷ୍ଟପ୍ ଭୁବନେଶ୍ୱର’ ବିଷୟବସ୍ତୁ ସହିତ ଶେଷ ଭୁବନେଶ୍ୱର ଲାଇଭ୍ କନ୍ସର୍ଟର ଆୟୋଜନ କରାଯିବ । ୧୦ମ ଦିନରେ ସୁଖ୍ବିନ୍ଦର ସିଂହ, ସଲ୍ମାନ ୟୁସୁଫ୍ ଖାନ, ପୱନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲଙ୍କ ଭଳି କଳାକାର ଓ ପ୍ରଦର୍ଶନକାରୀମାନେ ପ୍ରଦର୍ଶନ କରିବେ ।