ଖୋର୍ଦ୍ଧା ଏସପିଙ୍କ ନିର୍ଦେଶନୁଯାଇ ଏସଡିପିଓଙ୍କ ତତ୍ୱାବଧାନରେ 3ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା l
୨୩ ଜାନୁଆରୀ ସୋମବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା,ବାଲୁଗାଁ :- ଦଶ ଘଣ୍ଟା ପୂର୍ବରୁ କୁମ୍ଭୀର କାନ୍ଦଣା କାନ୍ଦି ମୋ ସ୍ୱାମୀଙ୍କର ଅନେକ ଶତ୍ରୁ ଅଛନ୍ତି ତାଙ୍କୁ କେହି ଦୁର୍ବୁତ୍ତ ହତ୍ୟା କରିଛି କହିବୁଲୁଥିବା ପଚିଶ ବର୍ଷୀୟ ପିସାଚୀ ସ୍ତ୍ରୀ ନିଜ ହାତରେ ନିଜ ସିନ୍ଦୁର ଲିଭାଇ ଥିଲା l ସ୍ତ୍ରୀ ନୁହେଁ ସେ ସ୍ତ୍ରୀ ନାମରେ ସେ ଗୋଟେ କଳଙ୍କ l ବହୁ ଚର୍ଚିତ ନାଚୁଣୀ ଥାନା ନିକଟସ୍ଥ ହରିପୁର ଜଙ୍ଗଲରେ ଟ୍ରଲିବ୍ୟାଗରୁ ମୃତ ଦେହ ମିଳିଥିବା ଘଟଣାର ପର୍ଦାଫାଶ କରିଛି ପୋଲିସ l ଉକ୍ତ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ସମେତ ଅନ୍ୟ ଦୁଇଜଣକୁ ଗିରଫ କରିଛି ପୋଲିସ l ଏ ନେଇ ଆଜି ଅପରାହ୍ନ ରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି l
ଏସପିଙ୍କ ସୂଚନା ମୁତାବିକ ମୃତ ମନୋରଞ୍ଜନ ମହାପାତ୍ର ଚାନ୍ଦପୁର ଥାନା ଅନ୍ତର୍ଗତ ରାଜ ଜଙ୍କିଆ ଗ୍ରାମର ନୀଲୀ ଦାସଙ୍କୁ ବିବାହ କରିଥିଲେ l ଗତ କିଛି ଦିନ ହେବ ମନୋରଞ୍ଜନ ଓ ତାଙ୍କ ସ୍ତ୍ରୀ ନୀଲୀ ଦାସ ତାଙ୍କ ସମ୍ପର୍କୀୟ ଭଉଣୀଙ୍କ ଘର ପାଖରେ ରହୁଥିଲେ l ସେପଟେ ମୃତ ମନୋରଞ୍ଜନ ନାମରେ ଏକାଧିକ କେସ ଜିଲ୍ଲା ଓ ଜିଲ୍ଲା ବାହାରେ ରହିଛି l ସେ ସବୁବେଳେ ପ୍ରଚୁର ମଦ୍ୟପlନ କରି ସ୍ତ୍ରୀ କୁ ମାର ପିଟ କରିବା ସହ ଅକଥନୀୟ ନିର୍ଯାତନା ଦେଇଆସୁଥିଲା l ସବୁଦିନ ପରି ସେ ଗତ କୋଡିଏ ତାରିଖ ଦିନ ମଧ୍ୟ୍ୟ ପ୍ରଚୁର ମଦ ପିଇ ସ୍ତ୍ରୀ ନୀଲୀକୁ ଅମାନୁଷିକ ଭାବେ ମାଡ଼ ମାରିଥିଲା lଅତ୍ୟଧିକ ନିର୍ଯାତନା ସହ୍ୟକରି ନପାରି ସ୍ୱାମୀକୁ ଜୀବନରୁ ସବୁଦିନ ପାଇଁ ହଟେଇ ଦେବା ପାଇଁ ନୀଲୀ ହତ୍ୟାର ଯୋଜନା କରିଥିଲା l ଏଥିପାଇଁ ତାଙ୍କ ପୁରୁଷ ବନ୍ଧୁ ବିକ୍ରମ କୁମାର ସାହୁ ଓ ସମ୍ପର୍କୀୟ ଭାଇ ମିଟୁ ଦାସଙ୍କୁ ଯୋଗାଯୋଗ କରିଥିଲା ସ୍ୱାମୀକୁ ରାସ୍ତାରୁ ହଟାଇବା ପାଇଁ ରଚିଥିଲା ବ୍ଲୁ ପ୍ରିଣ୍ଟ l ଯୋଜନା ମୁତାବକ ମୃତୁର ପୂର୍ବ ଦିନ ଅର୍ଥାତ ଏକୋଇଶି ତାରିଖ ଅପରାହ୍ନରେ ଚାନ୍ଦପୁର ମାର୍କେଟ ରୁ ଏକ ନୂଆଁ ସୁଟକେଶ କିଣିଥିଲେ ଖୁନି ଆସାମୀ l ଏହି ସୁଟିକେସଟିକୁ ଚଣ୍ଡେଶ୍ୱର ସ୍ଥିତ ଘରକୁ ଆଣିଥିଲେ l ପୂର୍ବ ଯୋଜନା ମୁତାବକ ସ୍ୱାମୀ ମନୋରଞ୍ଜନକୁ ପ୍ରଚୁର ମଦ୍ୟପlନ କରାଇ ଏକ ପ୍ଲାଷ୍ଟିକ ରଶି ସାହାଯ୍ୟରେ ତିନିଜଣ ମିଶି ବେକକୁ ଚିପି ମାରିଦେଇଥିଲେ l ଧରା ପଡିଯିବା ଭୟରେ ମୃତ ଶରୀରକୁ ଆଣିଥିବା ଆଟାଚ ଭିତରେ ପୁରାଇ ରାତି ଏଗାର ବେଳେ ଏକ ପଲସର ବାଇକ ସାହାଯ୍ୟରେ ଆଣି ହରିପୁର ଜଙ୍ଗଲ ଭିତରେ ଫୋପାଡ଼ି ଆସିଥିଲେ lଏଭଳି ସୁକ୍ଲପିତ ହତ୍ୟାକାଣ୍ଡକୁ ଏସପି ଗୁରୁତର ସହ ନେଇ ଅଭିଯୁକ୍ତକୁ ଧରିବା ପାଇଁ ନିର୍ଦେଶ ଦେଇଥିଲେ l ଖୋର୍ଦ୍ଧା ଏସପିଙ୍କ ନିର୍ଦେଶନୁଯାଇ ଏସଡିପିଓଙ୍କ ତତ୍ୱାବଧାନରେ 3ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା l ଟାଙ୍ଗୀ IIC ଦିଗବିଜୟ ବିଶ୍ୱାଳ ଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଟିମ ସୁଟିକେସ କେଉଁଠାରୁ କିଣା ଯାଇଛି ତାହା ତଦନ୍ତରୁ ଜଣାପଡିବା ପରେ ସି ସି ଟିଭି ଫୁଟେଜ ଦ୍ୱାରା ସତ୍ୟା ସତ୍ୟ ଜାଣିବା ପରେ ଦୋଷୀକୁ ପଚାରିବାରୁ ସବୁ ସତକଥା ବାହାରିଥିଲା l ପୋଲିସ ଘଟଣା ସ୍ଥଳରୁ ସବୁଜ ରଙ୍ଗର ନୂଆଁ ସୁଟିକେସ, ଏକ ପ୍ଲାଷ୍ଟିକ ରସି, ଏକ ଚୁନି ଓ ପଲସର ବାଇକ ଜବତ କରିଛି l ଏହି ହତ୍ୟାକାଣ୍ଡର ତିନି ଆସାମୀଙ୍କୁ ପୋଲିସ ଗିରଫ କରି କେସ ନମ୍ବର 11/23 , IPC ଧାରା 302/201 କେସରେ ଗିରଫ କରି କୋର୍ଟ ଚାଲାଣ କରିଛି l ଏହି ହତ୍ୟାକାଣ୍ଡ ପଛରେ ଆଉ କିଛି ରହସ୍ୟ ରହିଛି କି କିମ୍ବା ଆଉ କାହାର ସମ୍ପୃକ୍ତି ଅଛି ସେ ସବୁ ଦିଗରୁ ମଧ୍ୟ୍ୟ ପୋଲିସ ଗୁରୁତର ସହ ଯାଞ୍ଚ କରୁଛି l ଏପରି ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କୁ ମାତ୍ର ୧0 ଘଣ୍ଟା ଭିତରେ ପର୍ଦାଫାଶ କରିଥିବାରୁ SDPO ମାନସ ରଞ୍ଜନ ବାରିକ, IIC ନାଚୁଣୀ ଚନ୍ଦ୍ର ଶେଖର ଜେନା, ଟାଙ୍ଗୀ IIC ଦିଗବିଜୟ ବିଶ୍ୱାଳ, ନାଚୁଣୀ ଏସଆଇ କେଶବ ବେହେରା ଓ ସମସ୍ତ ଟିମକୁ ଖୋର୍ଦ୍ଧା ଏସପି ଧନ୍ୟବାଦ ସହ ଶୁଭେଚ୍ଛା ଜଣାଇଛନ୍ତି l ପୋଲିସର ଏଭଳି କାର୍ଯ୍ୟକୁ ଅଂଚଳବାସି ବେଶ ପ୍ରଶଂସା କରିଛନ୍ତି l