ଓଡିଶା ତାଜା ନ୍ୟୁଜ୍ (୧୦ ଜୁନ୍ ବୁଧବାର ) ପୋଲସରା :- ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ଗ୍ରାମର ଦୁଇ ଜଣ ନାବାଳକ ଓ ରୁମାଗଡ଼ ଗ୍ରାମର ଜଣେ ମହିଳା ବଜ୍ରାଘାତ ରେ ଆହତ ହୋଇଛନ୍ତି । ସେଥିମଧ୍ୟରୁ ପାଣ୍ଡିରିପଡା ଗ୍ରାମର ଦିପୁ ଗୌଡ଼ ବୟସ ୧୭ ମୃତ୍ୟୁବରଣ କରିଛନ୍ତି ।
ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମେଡିକାଲ କୁ ଯାଇ ମୃତକଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଓ ଅନ୍ୟ ଦୁଇ ଆହତ ପରିବାରକୁ ଭେଟି ଦୁଃଖ ପ୍ରକାଶ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । (ରିପୋର୍ଟ :- ସୁକାନ୍ତ ବେହେରା)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com