ଓଡିଶା ତାଜା ନ୍ୟୁଜ୍ (୧୦ ଜୁନ୍ ବୁଧବାର ) ନୟାଗଡ :- ନୟାଗଡ ମହାବୀର ଉଠା ଦୋକାନ ସଂଘ ବୈଠକ ଶାନ୍ତି ଶୃଙ୍ଖଳାର ସହ ଆବଶ୍ୟକ ସାମାଜିକ ଦୂରତ୍ୱ ମଧ୍ୟରେ ରେ ଏଠାକାର ପଠାଣି ସାମନ୍ତଅଡିଟୋରିୟମ ଠାରେ ସଭାପତି ପ୍ରଶାନ୍ତ ଦାଶ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଶ୍ରମିକ ଶାମୁକ୍ଷ ରାଜ୍ୟ ସହ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ପୌର ପରିଷଦର ପୂର୍ବ ପରିଷଦ ନେତ୍ରାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନା ମଧ୍ୟରେ ସମସ୍ତ ସମସ୍ୟା ଆଲୋଚନା କରାଯାଇ ସଂଘ କିଭଳି ଆଗାମୀ ଦିନରେ ମଜବୁତ କରାଯାଇପାରିବ ସେ ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ ।
ଲକଡାଉନ ସମୟରେ ମନ୍ତ୍ରୀ ଡା ଅରୁଣ ସାହୁ ଏବଂ ଜିଲ୍ଲାପାଳ ଡା. ପୋମା ଟୁଡୁ ନିଜ ପୂର୍ବ ସ୍ଥାନରେ ବ୍ୟବସାୟ ପାଇଁ ଅନୁମତି ପ୍ରଦାନ କରିଥିବାରୁ ସମ୍ପାଦକ ଅଭିମନ୍ୟୁ ପ୍ରଧାନ ଆଣିଥିବା ପ୍ରସ୍ଥାବକୁ ସମସ୍ତେ ତାଳି ଦେଇ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ ସଂଘ ପଞ୍ଜିକରଣ କରିବା ପ୍ରସ୍ଥାବ ପାରିତ ହୋଇ କୈଳାସ ସାହୁ ଧନ୍ୟବାଦ ଦେଇଥିଲେ । (ରିପୋର୍ଟ :- ରାମକୃଷ୍ଣ ରଥ )
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com