No Result
View All Result
୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ନୂଆଗାଁ,ଦଶପଲ୍ଲା ଏବଂ ଗଣିଆ ବ୍ଲକ୍ ର ୪୨ ଟି ପଞ୍ଚାୟତ ର ୬୧୯ ଟି ଗାଁ ଏବଂ ୨ ଲକ୍ଷ ପରିବାରକୁ ଟ୍ୟାପ୍ ଯୋଗେ ମହାନଦୀ ରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୩୯୪ କୋଟି ଟଙ୍କା ର ବୃହତ୍ ପାନୀୟ ଜଳ ପ୍ରକଳ୍ପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।ନୂଆଗାଁ ବ୍ଲକ୍ ର ୧୪ ଟି ପଞ୍ଚାୟତ ର ଲୋକମାନଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ।ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇବା ନେଇ ନୂଆଗାଁ ପଞ୍ଚାୟତ ସମିତି ପକ୍ଷରୁ ନୂଆଗାଁ ଡାକ ବଙ୍ଗଳାରେ ଏକ ପ୍ରେସ୍ ମିଟ ଅନୁଷ୍ଠିତ ହୋଇଥିଲା ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ବୃହତ୍ ପାନୀୟ ଜଳ ପ୍ରକଳ୍ପ ମଞ୍ଜୁରୀ ହେବା ସହ ଉନ୍ନତି ଓ ପ୍ରଗତି ରେ ନୂଆଗାଁ ବ୍ଲକ୍ ଯୋଡ଼ି ହୋଇଛି ବୋଲି ଦଶପଲ୍ଲା ବିଧାୟକ କହିଥିଲେ ।ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ବାରା ନୂଆଗାଁ ବ୍ଲକ୍ ର ୧୪ ଟି ପଞ୍ଚାୟତ ର ୧୫୮ ଟି ଗ୍ରାମ ର ୫୯ ୨୨୪ ଟି ପରିବାର ଲୋକ ପାନୀୟ ଜଳ ପାଇବାକୁ ଯାଉଥିବାରୁ ଦଶପଲ୍ଲା ବିଧାୟକ ନୂଆଗାଁ ବ୍ଲକ୍ ର ଜନସାଧାରଣ ଙ୍କ ତରଫରୁ ପ୍ରେସ ମିଟ୍ ରେ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଏହି ପ୍ରେସ ମିଟ ରେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ସାଂସଦ ଙ୍କ ବ୍ଲକ୍ ପ୍ରତିନିଧି ବିଜୟ କୁମାର ସାସମଲ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ଜିଲ୍ଲା ବିଜେଡ଼ି ଉପ ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ ଙ୍କ ସମେତ ଲୋକ ପ୍ରତିନିଧି ମାନେ ଉପସ୍ଥିତ ରହି ଏଭଳି ଐତିହାସିକ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ଯୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଥିଲେ ।

No Result
View All Result