No Result
View All Result
ନୋ ମୋର କ୍ଖ୍ୟଚେନ କହି ତିନି ବ୍ଳକର ବିଜେଡି ଅଧ୍ୟକ୍ଷ / ଅଧ୍ୟକ୍ଷା ଉଠିଗଲେ ।
୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- କିଛି ଦିନ ତଳେ ବଲାଙ୍ଗିରରେ ହୋଇଥିବା ଦିଶା ବୈଠକରେ ବଲାଙ୍ଗିର ସାଂସଦ ସଂଙ୍ଗୀତା କୁମାରୀ ସିଂ ଦେଓ ପାଟଣାଗଡ଼ ବ୍ଳକ ଅଧ୍ଯକ୍ଷ ନୀଳକାନ୍ତ ବାଗଙ୍କୁ ଦୁର୍ବ୍ଯବହାର କରିଥିବା ଅଭିଯୋଗ କରି ପାଟଣାଗଡ଼ ବିଜେଡି କାର୍ଯ୍ଯାଳୟରେ ପାଟଣାଗଡ଼, ବେଳପଡା ଓ ଖପ୍ରାଖୋଲ ବ୍ଳକ ଅଧ୍ଯକ୍ଷ ଏକ ସାମ୍ବାଦିକ ସମ୍ମୀଳନୀ କରିଥିଲେ । ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି କାର୍ଯ୍ଯାଳୟରେ ବିଜେଡି ର ଶହଶହ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବଲାଙ୍ଗିର ସାଂସଦ ଓ ପୂର୍ବତନ ପାଟଣାଗଡ଼ ବିଧାୟକ ତଥା ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କ କୁଶ ପୁତଳୀକା ଦାହ କରିଥିଲେ । ଦୁଇଦିନ ତଲେ ଦିଶା ବୈଠକରେ ଜିଲ୍ଲାପାଳ ଙ୍କ ଉପସ୍ଥିତି ବିଳମ୍ବକୁ ନେଇ ବର୍ଷିଥିଲେ ସାଂସଦ ସଂଙ୍ଗୀତା କୁମାରୀ ସିଂ ଦେଓ ।
ଏଥିସହ ବୈଠକରେ ଜିଲ୍ଲାପାଳ ଙ୍କୁ ସମୟାନୁ ବର୍ଦ୍ଧିତର ପାଠ ପଢାଇ ଥିଲେ ସାଂସଦ । ବୈଠକରେ ସାଂସଦଙ୍କ ଉଚ୍ଚାରଣ ଓ ବ୍ଯବହାରକୁ ନେଇ ବ୍ଳକ ଅଧ୍ଯକ୍ଷ ମାନେ ଅସନ୍ତୋଷ ବ୍ଯକ୍ତି କରିବା ସହ ବୈଠକ ବର୍ଜନ କରିଥିଲେ । ବିଭିନ୍ନ ବିଭାଗ ଉପରେ ସାଂସଦ ସମିକ୍ଷା କରିବା ସହିତ ପ୍ରଶାସନୀକ ଅଧିକାରୀଙ୍କୁ ଦୁର୍ବ୍ଯବହାର କରିବା ସହ ପାଟଣାଗଡ଼ ବ୍ଳକ ଅଧ୍ଯକ୍ଷ ନୀଳକାନ୍ତ ବାଗଙ୍କୁ ‘ଗେଟ ଆଉଟ୍’ ବୋଲି ସାଂସଦ କହିଥିବା ଅଭିଯୋଗ ଆଣିଛନ୍ତି ପାଟଣାଗଡ ବ୍ଲକ ଅଧ୍ଯକ୍ଷ । ସେହିପରି ବେଳପଡା ବିଡିଓଙ୍କୁ ପାଟଣାଗଡ଼ ର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ ସର୍ବ ସମ୍ମୁଖରେ ଚାକର ବୋଲି କହିବା ସହ ତାଙ୍କୁ ଅପମାନ କରିଥିବା ନେଇ ବେଳପଡା ବ୍ଳକ ଅଧ୍ଯକ୍ଷା ଟିନା କୁମ୍ଭାର ।
ଏହି ସବୁ ଘଟଣାକୁ ନେଇ ପାଟଣାଗଡ଼ ବିଜେଡି କାର୍ଯ୍ଯାଳୟରେ ପାଟଣାଗଡ଼, ବେଳପଡା ଓ ଖପ୍ରାଖୋଲ ବ୍ଳକ ଅଧ୍ଯକ୍ଷ ଅଧ୍ଯକ୍ଷା ମିଶି ଏକ ସାମ୍ବାଦିକ ସମ୍ମୀଳନୀ କରିବା ସହ ସାଂସଦ ସଂଙ୍ଗୀତା କୁମାରୀ ସିଂ ଦେଓ ପାଟଣାଗଡ଼ ବ୍ଳକ ଅଧ୍ଯକ୍ଷ ନୀଳକାନ୍ତ ବାଗକୁ ୨ ଦିନ ଭିତରେ କ୍ଷମା ନ ମାଗନ୍ତି ପାଟଣାଗଡ଼ ରେ ରାସ୍ତା ରୋକ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବ୍ଳକ ଅଧ୍ଯକ୍ଷ ନୀଳକାନ୍ତ ବାଗ ଚେତାବନୀ ଦେଇଛନ୍ତି । ପୂର୍ବ ଘଟଣାକୁ ନେଇ ସାମ୍ବାଦିକ ମାନେ ପ୍ରଶ୍ନ କରିବା ପରେ ଦୁଇଟି ପ୍ରଶ୍ନର ଉତ୍ତର ରଖିବା ସହ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ନ ରଖି ପ୍ରଶ୍ନକୁ ଏଡାଇବା ଚେଷ୍ଟା କରି ‘NO MORE QUESTION’ କହି ତିନି ବ୍ଳକର ଅଧ୍ଯକ୍ଷ ଉଠି ଚାଲିଯାଇଥିଲେ ।

No Result
View All Result