୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :-  ଗଜପତି ଜ଼ିଲ୍ଲା ଅଡବା ଥାନା ଅଞ୍ଚଳର ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ସହ ତାକୁ ଗର୍ଭବତୀ କରାଇବା ଅଭିଯୋଗରେ ପୁଲିସ ବିରିକୋଟ ପଞ୍ଚାୟତ ଅନ୍ତର୍ଗତ ଉଲିଆପଦା ଗ୍ରାମର ସୁମନ୍ତ ସାହୁ ( ୪୫) ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି l ସୂଚନା ପ୍ରକାରେ ବିନୋଦ ସେହି ଗ୍ରାମର ଜଣେ ବିଧବା ମହିଳାଙ୍କୁ ପ୍ରାୟ ତିନି ବର୍ଷ ହେଲା ପାଖରେ ରଖିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ l ବିନୋଦ ବିବାହିତ ଥିବା ବେଳେ ତାର ସ୍ତ୍ରୀ ଏବଂ ଛୁଆ ତାକୁ ଛାଡି ବହୁ ବର୍ଷ ହେଲା ଚାଲିଯାଇଛନ୍ତି l ବିଧବା ମହିଳା ଜଣଙ୍କର ତିନୋଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି lବିଧବା ମହିଳା ଜଣକ ପାଖରେ ସୁମନ୍ତ ରହୁଥିବା ବେଳେ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖି ଆସୁଥିଲା l ପରେ ସମ୍ପୃକ୍ତ ବିଧବା ମହିଳାଙ୍କ ୧୭ ବର୍ଷର ନାବାଳିକା ଝିଅକୁ ମଧ୍ୟ ବିଭିନ୍ନ ପ୍ରଲୋଭନ ଦେଖାଇ ତା ସହ ଶାରୀରିକ ସମ୍ପର୍କ ରଖିଥିଲା l ଦୁଇ ମାସ ଧରି ନାବାଳିକା ଜଣକର ଋତୁସ୍ରାବ ନହେବା ଯୋଗୁଁ ମା ଝିଅର ଡାକ୍ତରୀ ମଇନା କରିଥିଲେ ଫଳରେ ନାବାଳିକା ଜଣକ ଦୁଇ ମାସର ଗର୍ଭବତୀ ଥିବା ଜଣାପଡିଥିଲା lଏନେଇ ନାବାଳିକାର ମା ଲିଖିତ ଅଭିଯୋଗ ପ୍ରକାରେ ଅଡବା ପୁଲିସ ଥାନା କେସ୍ ନଂ ୧୦ / ୨୩ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି l ମୋହନା ଚାଇଲ୍ଡ୍ ଲାଇନ୍ ଟିମ୍ ଥାନାରେ ପହଞ୍ଚି ପୀଡିତା ନାବାଳିକାକୁ ଉଦ୍ଧାର କରିଛି l ନାବାଳିକାକୁ ରବିବାର ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବ ବୋଲି ମୋହନା ଚାଇଲ୍ଡ୍ ଲାଇନ ପକ୍ଷରୁ ସୂଚନା ମିଳିଛି।