ବିଧବା ମହିଳା ଜଣକ ପାଖରେ ସୁମନ୍ତ ରହୁଥିବା ବେଳେ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖି ଆସୁଥିଲା l ପରେ ସମ୍ପୃକ୍ତ ବିଧବା ମହିଳାଙ୍କ ୧୭ ବର୍ଷର ନାବାଳିକା ଝିଅକୁ ମଧ୍ୟ ବିଭିନ୍ନ ପ୍ରଲୋଭନ ଦେଖାଇ ତା ସହ ଶାରୀରିକ ସମ୍ପର୍କ ରଖିଥିଲା l ଦୁଇ ମାସ ଧରି ନାବାଳିକା ଜଣକର ଋତୁସ୍ରାବ ନହେବା ଯୋଗୁଁ ମା ଝିଅର ଡାକ୍ତରୀ ମଇନା କରିଥିଲେ ଫଳରେ ନାବାଳିକା ଜଣକ ଦୁଇ ମାସର ଗର୍ଭବତୀ ଥିବା ଜଣାପଡିଥିଲା l
ଏନେଇ ନାବାଳିକାର ମା ଲିଖିତ ଅଭିଯୋଗ ପ୍ରକାରେ ଅଡବା ପୁଲିସ ଥାନା କେସ୍ ନଂ ୧୦ / ୨୩ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି l ମୋହନା ଚାଇଲ୍ଡ୍ ଲାଇନ୍ ଟିମ୍ ଥାନାରେ ପହଞ୍ଚି ପୀଡିତା ନାବାଳିକାକୁ ଉଦ୍ଧାର କରିଛି l ନାବାଳିକାକୁ ରବିବାର ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବ ବୋଲି ମୋହନା ଚାଇଲ୍ଡ୍ ଲାଇନ ପକ୍ଷରୁ ସୂଚନା ମିଳିଛି।

© 2023 Odisha Taza News.