No Result
View All Result
୨୨ ଜାନୁଆରୀ ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପଡିଆ :- ଆସନ୍ତା ୨୬ ତାରିଖରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଛି। ଏହି ଅବସରରେ ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଳକ ସଦର ମହକୁମାରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ବ୍ଲକ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ୨୬ ତାରିଖରେ ପୂର୍ବଭଳି ପ୍ୟାରେଡ ସହ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଯିବ ବୋଲି କୁହାଯାଇଛି । ଏଥିସହ ଚଳିତ ବର୍ଷ ଦେଶାତ୍ମବୋଧକ ସଙ୍ଗୀତଗାନ, ନାଚ ଓ ନାଟକ ପରିବେଷଣ ପାଇଁ ପ୍ରସ୍ତୁତ ହେବା ପାଇଁ ବିଡିଓ ଶ୍ରୀ ନାୟକ କହିଛନ୍ତି ।
ଅନ୍ୟପଟେ ବିଭିନ୍ନ ବିଭାଗରେ ହୋଇଥିବା ବ୍ଲକ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିସହ ଉପସ୍ଥିତ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ ସହ ଖେଳ ପଡିଆରେ ଲୋକଙ୍କ ପାଇଁ ସୁବ୍ୟବସ୍ଥା ଦିଗରେ ଦୃଷ୍ଟି ଦିଆଯିବାକୁ କୁହାଯାଇଛି । ଅନ୍ୟପଟେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପୋଲିସ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପଡିଆ ବ୍ଲକ ଅଧ୍ୟକ୍ଷା ଯମୁନା ମୂଷାକୀ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଚୀନାମ ରାବିଡ଼ କୁମାର, ପଡିଆ ଥାନା ଅଧିକାରୀ ଅଶୋକ କୁମାର ବିଶୋୟୀ, ବିରେନ୍ଦ୍ର ସିଂ ସମେତ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
No Result
View All Result