No Result
View All Result
୨୧ ଜାନୁଆରୀ ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ପଂଚାୟତର ଅନଳ ଗ୍ରାମସ୍ଥିତ ଶ୍ରୀମା ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ସିକ୍ଷୟିତ୍ରୀ ଶ୍ରୀମତୀ ଗାୟତ୍ରୀ ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଭୁବନ ବ୍ଲକ ଜୋନ-୨ ର ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲକ୍ଷ୍ୟ ସ୍ଥିର ରଖିଲେ ଏବଂ ପ୍ରତ୍ୟେକ କାର୍ଯ୍ୟକୁ ନିଷ୍ଠା ,
ଏକାଗ୍ରତା ସହକାରେ କଲେ ଜଣେ ନିଶ୍ଚିତ ସଫଲ ହେବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ସରପଂଚ ଶ୍ରୀନିବାସ ବେହେରା ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ସକ୍ରିୟ ଅଂଶଗ୍ରହଣ ସହଯୋଗ କରିଥିଲେ ।

No Result
View All Result