୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା ପ୍ରତିନିଧି ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କ ଦାବି ନଶୁଣିବାରୁ ଉତ୍ତେଜିତ ହୋଇ ଗ୍ରାମବାସୀ ବାରଙ୍ଗ-ବାଙ୍କୀ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କଲେ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ତହସିଲ ଅନ୍ତର୍ଗତ ଫକିରପଡା ଗ୍ରାମରେ । ଫକିରପଡା ଗ୍ରାମର ସରକାରୀ ଗୋଚର ଜମିକୁ ଗ୍ରାମବାସୀ ଖେଳପଡିଆ ଭାବରେ ବ୍ୟବହାର କରୁଥିଲେ ।
ଶାସକ ଦଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି , ନିଜ କିଣା ଜମିକୁ ଲାଗିଥିବା ଗୋଚର ଜମି ଖେଳପଡିଆକୁ, ନିଜ ଜମିରେ ମିଶାଇ ପଥର ପାଚେରୀ ନିର୍ମାଣ କରୁଥିବା ଘଟଣାକୁ ଫକିରପଡା ଗ୍ରାମବାସୀ ବିରୋଧ କରି ରାସ୍ତା ଅବରୋଧ କରିଥିଲେ । ଯାହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା ।
ଖବରପାଇ ଘଟଣା ସ୍ଥଳରେ କଟକର ଏଡିସିପି ସେକ ସରିଫି ଉଦିନ , ଯୋନ ୪- ଏସିପି ଚନ୍ଦନ ଘଡେଇ, ବାରଙ୍ଗ ଆଇଆଇସି ଆକାଶ ରଣା ପହଞ୍ଚି ରାସ୍ତା ଅବରୋଧ କାରୀଙ୍କୁ, ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନ କାରୀମାନେ, ବାରଙ୍ଗ ତହସିଲଦାର ଆସି ଏହାର ସମାଧାନ କରନ୍ତୁ ଵୋଲି ଦାବି କରିଥିଲେ । ଏନେଇ ସ୍ଥାନୀୟ ବାସିନ୍ଦା କଟକ ଜିଲ୍ଲାପାଳ,
ସଦର ଉପ ଜିଲ୍ଲାପାଳ, ବାରଙ୍ଗ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଗତ ୧୬ ତାରିଖ ଦିନ ଏନେଇ ସ୍ଥାନୀୟ ବାସିନ୍ଦା ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତହସିଲଦାର ସ୍ଥାନୀୟ ବାସିନ୍ଦା ଙ୍କୁ ପ୍ରତିଶ୍ରୁତି ଦେଇଥିଲେ ୧୭ ତାରିଖ ଦିନ ଜମିର ସୀମା ନିର୍ଦ୍ଧାରଣ କରି ସାରିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ନିଜସ୍ୱ ଜାଗାରେ ପାଚେରୀ ନିର୍ମାଣ କାର୍ଯ୍ୟ କରିବେ ।
କିନ୍ତୁ ତହସିଲଦାର ଜମି ସୀମା ନିର୍ଦ୍ଧାରଣ କରିନଥିବା ସ୍ଥଳେ ଉକ୍ତ ବ୍ୟକ୍ତି ଜଣଙ୍କ, ଶୁକ୍ରବାର ଦିନ ସରକାରୀ ଜାଗାରେ ପଥର ପାଚେରୀ କାମ ଚାଲୁ ରଖି ଥିବାରୁ ସ୍ଥାନୀୟ ଅଧିବାସୀ ରାସ୍ତା ଅବରୋଧ କରି ଆନ୍ଦୋଳନକୁ କରିବାକୁ ବାଧ୍ୟ ହୋଇଥିଲେ । ତହସିଲଦାର ସଂକଳ୍ପ ସ୍ଵସ୍ତିକ ସାହୁ, ଉପ ଜିଲାପାଳ ପହଁଚି ରାସ୍ତା ରୋକ କରିଥିବା ଲୋକଙ୍କୁ ବୁଝା ଶୁଝା କରିବାରୁ ଗମନାଗମନ ସ୍ୱାଭାବିକ ହୋଇଥିଲା ।
© 2023 Odisha Taza News.