ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ଗଣମାଧ୍ୟମକୁ ସୂଚନା ନ ଦେଇ କାର୍ଯ୍ୟକ୍ରମ କରୁଛନ୍ତି ।ଏପରିକି କୌଣସି ପ୍ରଶ୍ନ ପଚାରିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳୁନି । ଶୁତ୍କବାର ଦିନ ରାଜ୍ୟସରକାରଙ୍କ ଦ୍ୱାରା କରାଯାଇଥିବା ଉନ୍ନୟନ ମୂଳକ ଯୋଜନାର ନବୀକରଣର ଶୁଭ ଉଦଘାଟନ ଉତ୍ସବରେ କୋରାପୁଟ ବିଧାୟକ,ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧିଙ୍କ ସହ ସ୍ଥାନୀୟ ନେତା ଓ ବିଜେଡି ଦଳୀୟ କର୍ମୀ ମାନେ ଉପସ୍ଥିତ ରହିଥିବାର ଜଣାପଡିଛି ।
ବ୍ଲକ ପରିସର ଭିତରେ ନୂତନ ସଭାଗୃହ, ସହିଦ ଲକ୍ଷ୍ମଣ ନାୟକ ପାଠାଗାର, ଶବବ୍ୟବଚ୍ଛେଦ ବିଶ୍ରାମ ଗୃହର ନବୀକରଣ ଶୁଭ ଉଦଘାଟନ କରାଯାଇଥିବାର ଜଣାପଡିଛି ।ତେବେ ଏବିଷୟରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ନ ଦେଇ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ କାର୍ଯ୍ୟକ୍ରମ ଆୟେଜନ କରାଯାଇଥିଲା ।

© 2023 Odisha Taza News.