No Result
View All Result
୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜଟଣୀ କନ୍ତିଆସ୍ଥିତ ଶ୍ରୀ ସୋମନାଥ ବାଲୁଙ୍କେଶ୍ଵର ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l +୨ମହିଳା ମହାବିଦ୍ୟାଳୟରେ ଗତ ୧୧ତାରିଖରୁ ଚାଲୁଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ୨୦ତାରିଖ ଦିନ ଉଦଯାପିତ ହୋଯାଇଛି । ମହାବିଦ୍ୟାଳୟ ପରିସରରେ ଆଠଦିନ ଧରି ଚାଲୁଥିବା ଏହି ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ +୨ର ଅଧ୍ୟକ୍ଷ ସତ୍ୟବ୍ରତ ମହାନ୍ତିଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଚାଲୁଥିଲା । ଆଜି ଉଦଯାପନୀ ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ ଦୀନବନ୍ଧୁ ଲାଠି,ପ୍ରଶିକ୍ଷକ ଆସମା ବେଗମ୍ ପ୍ରମୁଖ ଉପସ୍ଥିତ ରହି ଆତ୍ମ ପ୍ରଶିକ୍ଷଣ ବର୍ତ୍ତମାନ ସମୟରେ ନିତ୍ୟାନ୍ତ ଆବଶ୍ୟକ ବୋଲି ଆଲୋକପାତ କରିବା ସହିତ ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା କଲ୍ଯାଣୀ ପଟ୍ଟନାୟକ,ରତିଶ୍ରୀ ପଟ୍ଟନାୟକ,ସୁଶାନ୍ତ କୁମାର ସାମନ୍ତରାୟ,ସ୍ନେହଲତା ସେନାପତି,ସୁଶାନ୍ତ ରାଉତ,ପୁଷ୍ପିତା ରାଣୀ ଦାସ,ଚନ୍ଦ୍ରଶେଖର ବେହେରା,ଅଭିମନ୍ୟୁ ସାମନ୍ତସିଂହାର,ଜଗନ୍ନାଥ ପ୍ରସାଦ,ବେବିନା ସେଠୀ, ଜୟନ୍ତ ସାହୁ,ବିଷ୍ଣୁ ବଳୀଆରସିଂହ ଓ କାର୍ଯ୍ୟକ୍ରମ ଅଧିକାରୀ ଦିଲୀପ କୁମାର ଜେନା ପ୍ରମୁଖ ଏହି ଆଠଦିନିଆ କାର୍ଯ୍ୟକ୍ରମକୁ ତଥା ଉଦଯାପନୀ ଉତ୍ସବକୁ ସଂଯୋଜନା ଓ ପରିଚାଳନା କରିଥିଲେ l ଏବଂ ଡ଼ଃ ରଜନୀ ରଣସିଂହ ଧନ୍ୟବାଦ ଅର୍ପଣ କରିଥିଲେ l ପରିଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରି ବେଷଣ କରା ଯାଇଥିଲା l
No Result
View All Result