No Result
View All Result
୨୦ ଜାନୁଆରୀ ଶୁକ୍ରବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ମନରେଗା ଯୋଜନାରେ ନକଲି ଶ୍ରମିକଙ୍କୁ ଶ୍ରମିକ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ପକାଇ ଆତ୍ମସାତ କରୁଥିବା ଓ କାମ କରୁଥିବା ଶ୍ରମିକଙ୍କ ନାମରେ କମ୍ ଟଙ୍କା ପକାଉଥିବାରୁ ପ୍ରଥମେ ଖପ୍ରାଖୋଲ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ । ହେଲେ ଯିଏ ନକଲି ଶ୍ରମିକଙ୍କ ନାମରେ ଟଙ୍କା ପକାଇ ଆତ୍ମସାତ କରୁଥିଲେ ତାଙ୍କ ଉପରେ ବିଡିଓ କାର୍ଯ୍ୟନୁଷ୍ଠା ନ ନେଇଥିବାରୁ ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ସର୍ଗୀପାଲି ଗ୍ରାମର ଶତାଧିକ ପୁରୁଷ ଓ ମହିଳ ଶ୍ରମିକ ମାନେ ସୋମବାର ଦିନ ବ୍ଲକ କାର୍ଯ୍ୟଳୟକୁ ଆସି ଘେରାଉ କରି ଭଙ୍ଗା ରୁଜା କରିଥିଲେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ବୁଝାସୁଝା କଲା ପରେ ଧାରଣା ରୁ ଉଠିଥିଲେ। ପରେ ଆମ୍ବୁସମ୍ୟାନ ସଚ୍ଚିଦାନନ୍ଦ ହନୁମାନଙ୍କ ନେତୃତ୍ବରେ ଏକ ତଦନ୍ତ କାରୀ ଟିମ୍ ଏମସି ଅଶୋକ ସାହୁ,ଆସିଷ୍ଟାଣ୍ଡ ସତ୍ୟନାରାୟଣ ମହାନ୍ତି,
ପାଟଣାଗଡ ସହକାରୀ ନିର୍ବାହୀ ଯନ୍ତ୍ରୀ ତନ କିଶୋର ନାଏକ,କନିଷ୍ଠଯନ୍ତ୍ରୀ ରଜନୀକାନ୍ତ ବେହେରା,ଙ୍କ ସହ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ,ସହକାରୀ ଯନ୍ତ୍ରୀ ମହେଶଲାଲ ଅଗ୍ରଓ୍ବାଲଏପିଓ ପ୍ରଶାନ୍ତ ସାହୁ କୁ ନେଇ ମନରେଗା ଯୋଜନାରେ ଅନିୟ ମିତତା ହେଉଥିବା ରୁ ତଦନ୍ତ କରିବା ପାଇଁ ସର୍ଗୀପାଲି ଗ୍ରାମକୁ ପହଞ୍ଚି ତଦନ୍ତ କରିଥିଲେ । ଯେଉଁ ଶ୍ରମିକ ମାନେ କାମକରି କମ୍ ଟଙ୍କା ପାଇଥିଲେ ଓ ଯେଉଁ ମାନେ କାମ ନକରି ତାଙ୍କ ନାମରେ ଅଧିକ ଟଙ୍କା ପକା ଯାଇଛି ସେହି ମାନଙ୍କୁ ଗୋଟି ଗୋଟି କରି ପଚାରିଥିଲେ । ଯେଉଁ ମାନେ କାମ କରି ନଥିବା ତାଙ୍କ ନାମରେ ଟଙ୍କା ପଡିଥିବା ସେହି ମହିଳା ମାନେ କଣ କହୁଛନ୍ତି ଓ ଦାଇତ୍ବରେ ଥିବା ଗାଁସାଥି ରାମେଶ୍ବର ଧରୁଆଁ ଗଣମାଧ୍ୟମ୍ କୁ କଣ କହୁଛନ୍ତି ଟିକିଏ ଭଲଭାବରେ ଶୁଣି ନିଅନ୍ତୁ ।
ହେଲେ ଅନ୍ୟ ପଟେ ଦାୟିତ୍ବରେ ଥିବା ଦୁଇ ଗସାଥି ଙ୍କୁ ଜିଲ୍ଲା ପ୍ରଶାସନ ପଚାରିବାରୁ ସେମାନେ ଜିଲ୍ଲା ପ୍ରଶାସନକୁ ଆମେ ସରପଞ୍ଚଙ୍କ କଥା ମାନି ଏଭଲି କାମ କରିଛୁ କହି ଦୁଇ ଗାଁସାଥି ତଦନ୍ତ କାରି ଟିମ୍ ଙ୍କୁ ଲିଖିତ ମାଧ୍ୟମ ରେ ଜଣାଇ ଥିବାବେଳେ । ଅନ୍ୟ ପଟେ ଗାଁ ସାଥି ରାମେଶ୍ବର ଧରୁଆଁ ଗଣମାଧ୍ୟମ ସମ୍ମୁଖରେ ଯେଉଁ ମାନେ କାମ କରି ନାହାନ୍ତି ସେମାନଙ୍କ ନାମରେ ଯେଉଁ ମନରେଗା ଟଙ୍କା ପଡିଛି ସେହି ଟଙ୍କା କୁ ଶ୍ରମିକ ମା ନେ ଭୋଜି ଖାଇଥାନ୍ତି ବୋଲି କହିଛନ୍ତି । ଏନେଇ ତଦନ୍ତ କାରି ଆସିଥିବା ଆମ୍ବୁସମ୍ୟାନ୍ ଙ୍କୁ ପଚାରିବାରୁ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

No Result
View All Result