ତାପରେ ସେହି ଦେଶର ଜାତୀୟ ପତାକା ରଖୀ ଜାତୀୟ ସଙ୍ଗୀତ ଗାନ କରାଯାଇଥାଏ । ସେହି କ୍ରମରେ କୋରିଆ ଓ ଜାପାନ ଖେଳରେ କୋରିଆ କାପଟେନ ର ହାତଧରି ପଡିଆ ମଝିକୁ ଦଉଡି ଦଉଡି ଆସିଥିଲେ ଡିଏଭି ପୋଖରିପୁଟ ର ଛାତ୍ର ଏକାକ୍ଷର ତ୍ରିନାଥ ପଟ୍ଟନାୟକ । ଏକାକ୍ଷର କୁ ପଚାରିବାରୁ ସେ କହିଛନ୍ତି ଯେ ମୋତେ କୋରିଆ କାପଟେନ ନା, ସ୍କୁଲର ନା ବାପା ଙ୍କ ନା, ହବି ସବୁ ପଚାରିଲେ
ଆଉ ମୁଁ ମଧ୍ୟ ତାଙ୍କ ଟିମ ପାଇଁ ପ୍ରଭୂ ଜଗନ୍ନାଥ ଙ୍କ ପାଖରେ ଶୁଭ କାମନା କଲି ଆଉ ସେମାନେ ଜାପାନ କୁ ହରେଇ ଆସିଲେ ତାପରେ ମୋତେ ଚୁମା ଦେଇ ଗେଲ କଲେ,ମୋପାଇଁ ଆଜିର ଦିନଟି ଜୀବନର ଗୋଟିଏ ଇତିହାସ ହେଲା ବିଶ୍ଵ କପ ରେ ମୁଁ କିଛି ଗୁଣ୍ଡୁଚି ମୂଷା ର କାମ କଲି ସେଥିପାଇଁ ମୁଁ ମୋର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ କ୍ରୀଡ଼ା ବିଭାଗ କୁ ଧନ୍ୟବାଦ ଜଣାଉଛି ।

© 2023 Odisha Taza News.