ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :- ଗତ ସାଧାରଣ ନିର୍ବାଚନ ୨୦୧୯ ସମୟରେ ମଧ୍ୟ ସନ୍ତେଇପୁଟ ଗ୍ରାମରେ ବୁଥ ନମ୍ବର ଲିଷ୍ଟ ପରିବତର୍ତ୍ତନ କରାଯାଇଥିବା ବେଳେ ତାହାର ସମାଧାନ ଏବେ ପର୍ଯ୍ୟନ୍ତ ନ ହେବାରୁ ଆଜି ପୁଣିଥରେ ୩ ଗ୍ରାମର ଶତାଧିଂକ ଭୋଟର ମାନେ ବୈପାରିଗୁଡା ପଂଚାୟତ ସମିତି କାର୍ଯ୍ୟାଳୟ ରେ ପହଂଚି ବିଡିଓଙ୍କୁ ଦେଖା କରି ଏହାର ସମାଧାନ କରିବା ପାଇଁ କହିବା ସହ ଏକ ଅଭିଯୋଗ ପତ୍ର ମଧ୍ୟ ବିଡିଓଙ୍କ ଜରିଆରେ କୋରାପୁଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।ଏହାର ଏକ ନକଲ ଜୟପୁର ସ୍ଥିତ ଉପଜିଲ୍ଲାପାଳ,ବୈପାରିଗୁଡା ତହସିଲଦାର,ଆର.ଡି.ସି ବ୍ରହ୍ମପୁର, ନିର୍ବାଚନ ଅଧିକାରୀ ଓଡିଶାଙ୍କୁ ପଠାଯାଇଥିବାର କହିଛନ୍ତି ସନ୍ତେଇପୁଟ ଗ୍ରାମବାସୀ । ରାଜସ୍ୱ ଗ୍ରାମକୁ ହଟାଇ ଥିବାରୁ ପୁର୍ନବାର ରାଜସ୍ୱ ଗ୍ରାମର ମାନ୍ୟତା ଦେଇ ୧ ନଂ ଭୋଟର ତାଲିକାରେ ଅନୁର୍ଭୁକ୍ତ କରିବା ସହ ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସନ୍ତେଇପୁଟ ଗ୍ରାମକୁ ରାଜସ୍ୱ ଗ୍ରାମ ଥିବା ବେଳେ ଏହାର ଅଧିନରେ ଅମଳାଭଟା ଓ ପୁରୁଣାଗୁଡା ଗ୍ରାମ ସହ କିଛି ଛୋଟବଡ ଗାଁ ରହିଛି ।ଗତ ୨୦୧୯ ମସିହାରେ ଭୋଟର ତାଲିକାକୁ ୧ ନଂ ରୁ ଉଚ୍ଛେଦ କରି ୨ ନଂ କରାଗଲା ।ତେଣୁ ଅମଳାଭଟା ଠାରୁ ପୁଣିଥରେ ସନ୍ତେଇପୁଟକୁ ରାଜସ୍ୱ ଗ୍ରାମ ହିସାବରେ ନେଇ ୧ ନଂ ଭୋଟର ତାଲିକାରେ ଅନୁଭୁକ୍ତ କଲେ ଛୋଟବଡ ଗ୍ରାମର ଉପକୃତ ହୋଇପାରିବେ ବୋଲି କହିଛନ୍ତି ଗ୍ରାମବାସୀ ।ଯଦି ଏହାର ସମାଧାନ ଆଗାମୀ ଦିନରେ ପ୍ରଶାସନ ସମାଧାନ ନ କଲେ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି ।