No Result
View All Result
ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବୈପାରିଗୁଡା :- ବର୍ଷ ବର୍ଷ ଧରି ଆବାସ ଯୋଜନା ପାଇଁ ଅପେକ୍ଷା କରିଥିଲେ ମଧ୍ୟ ଚଳିତ ବର୍ଷର ତାଲିକାରେ ମଧ୍ୟ ଗାଁ ଗହଳିର ଲୋକେ ଏହି ଯୋଜନା ପାଇବାରୁ ବଞ୍ଚିତ ହେଉଥିବାର ଦେଖାଯାଇଛି । ରାଜ୍ୟସରକାର ଗାଁ ଗହଳିର ଲୋକେ ସରକାରୀ ଯୋଜନା ପାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା ବେଳେ ତଳ ତଳିଆ କର୍ମଚାରୀ ମାନଙ୍କ ପାଇଁ ଅସହାୟ ଗରିବ ଶ୍ରେଣୀର ଲୋକେ ଅସୁବିଧାର ସମ୍ମୁଖ୍ୟନ ହେଉଥିବାର କହନ୍ତି ଗ୍ରାମବାସୀ ।ବହୁ ବର୍ଷ ଧରି ଗାଁ ପାଇଁ ସଙ୍ଗର୍ଷ କରି ଥକି ପଡିବା ପରେ ଗତ ବର୍ଷ ୨୧/୩/୨୦୨୧ ମସିହାରେ ପଂଚାୟତ କାର୍ଯ୍ୟାଳୟ ଘୋରାଉ କରିବା ସହ ୨୧/୯/୨୦୨୧ ମସିହାରେ ପୁଣିଥରେ ପଂଚାୟତ ସମିତି କାର୍ଯ୍ୟାଳୟ ଆସି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ସବୁ ସମୟରେ ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳୁଛି ମାତ୍ର ସରକାରୀ ଯୋଜନା ଗାଁରେ ପହଂଚି ପାରୁନି ବୋଲି କହିଛନ୍ତି ଗ୍ରାମବାସୀ ।ଆମେ କହୁଛିୁ ଏମିତି ଏକ ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡା ବ୍ଲକର ମହୁଲି ପଂଚାୟତ ଉମୁରିଆଗୁଡା ଗାଁ । ବିଚଲକୋଟା ଗ୍ରାମର ସ୍ୱୋର୍ଚ୍ଚାସେବୀ କେଦାର ଗୌର ଦାସଙ୍କ ନେତ୍ୱତୃରେ ଆଜି ଉମୁରୀଆଗୁଡା ଗ୍ରାମବାସୀ ମାନେ ବୈପାରିଗୁଡା ଆସି ବିଡିଓଙ୍କ ଜରିଆରେ କୋରାପୁଟ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବାର ଦେଖିବାକୁ ମିଳିଛି ।

No Result
View All Result