ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଢେଙ୍କାନାଳ :- ଆସନ୍ତା ଫେବୃୟାରୀ ମାସ ୪ ଓ ୫ ତାରିଖ ରେ ବିଶ୍ୱ ପ୍ରସିଦ୍ଧ " ମହିମା ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହି ମେଳା ଟି ସୁରୁଖୁରୁ ରେ ହେବ କି ନାହିଁ ତାହା ଏବେ ବି ସନ୍ଦେହ ଘେରରେ ଅଛି । ଏହା କହିବାର ତାପ୍ତର୍ଯ୍ୟ ହେଉଛି ପ୍ରତିବର୍ଷ ଭଳି ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ପ୍ରସ୍ତୁତି ବୈଠକ ରୁ କୌପୁନି ଧାରୀ ମହିମା ସନ୍ୟାସି ମାନେ ଉଠି ଚାଲିଆସିବା ଓ ସମସ୍ତ ମହିମା ସମାଜ କୁ ଯାତ୍ରା ପରିଚାଳନା ଆଶା ଓ ଆଶଙ୍କା ଭିତରକୁ ଠେଲି ଦେଇଛି । ଏବେ ଗତ ମାସରେ ଜିଲ୍ଲା ପ୍ରଶାସନ ଦ୍ୱାରା ବହୁ ବର୍ଷ ର ପୁରାତନ "ଧୁନି ମନ୍ଦିର ଓ ବତୀ ମନ୍ଦିର "କୁ ପ୍ରଶାସନ ତରବରିଆ ଭାବେ ଭାଙ୍ଗି ଦେଇଛନ୍ତି । କାହିଁକି ଭାଙ୍ଗିଲେ ଓ କଣ ପାଇଁ ଭାଙ୍ଗିଲେ କେହି ପାଟିରେ ନକହିଲେ ବି ତାହା ସମସ୍ତେ ଜାଣନ୍ତି । ଜିଲ୍ଲା ପ୍ରଶାସନ ର କାର୍ଯ୍ୟ ପ୍ରଣାଳୀ ଏବେ ବି ସନ୍ଦେହ ଘେରରେ ଅଛି । କୌପୁନି ଧାରୀ ମହିମା ସମାଜ ର କହିବା କଥା ଯେଉଁ ଧୁନି ମନ୍ଦିର କୁ ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଛି ସେହି ଜାଗାରେ ସେମାନଙ୍କୁ ମେଳା ଅବସର ରେ ଧୁନି ଜାଳିବା ପାଇଁ ଅନୁମତି ଦିଆଯାଉ ।ଯଦି ପ୍ରଶାସନ ଅନୁମତି ଦିଆ ନ ଯିବ ତେବେ ମହିମା ଗାଦିର ଥିବା "ଗାଦି ମନ୍ଦିର କିମ୍ବା ଶୂନ୍ୟ ମନ୍ଦିର ଭିତରୁ ଗୋଟିଏ ମନ୍ଦିର କୁ ସ୍ୱାଧୀନ ଭାବରେ "କୌପୁନୀ ଧାରୀ ମହିମା ସମାଜ କୁ ମେଳା ପାଳିବା ପାଇଁ ଅନୁମତି ଦିଆଯାଉ । ଏହି ଦୁଇଟି ଯାକ ପ୍ରସ୍ତାବ କୁ ବଳକଳ ଧାରୀ ମହିମା ସମାଜ ଓ ଜିଲ୍ଲା ପ୍ରଶାସନ ରାଜି ନହେବା ଫଳରେ ଏବେର ଅଚଳାଵସ୍ଥା ଦେଖାଦେଇଛି ।ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଦେଶ କୁ ବେଖାତିର କରି ଜିଲ୍ଳା ପ୍ରଶାସନ ପୂଜ୍ୟ ମହିମା ସ୍ୱାମୀ ଙ୍କ ଜମି ଜମା ରେ ଉଭୟ ଗୋଷ୍ଠିଙ୍କ ସମାନ ଅଧିକାର କୁ ଜିଲ୍ଲା ପ୍ରଶାସନ ଅନୁମତି ନଦେବା ଫଳରେ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଲା ବୋଲି କହିବା ଠିକ ହେବ । ଏବେ ନିକଟସରେ ଢେଙ୍କାନାଳ ଉପ ଜିଲ୍ଲାପାଳ ସେହି ଜମି ଜମା କେଶ ର ଫଇସଲା କରି ମହିମା ଗାଦି ର ଜୋରନ୍ଦା ଗ୍ରାମର ମହିମା ସ୍ୱାମୀ ଙ୍କର ୭୯ଏକର ଜାଗା ଉପରେ ବଳକଳ ଧାରୀ ଓ କୌପୁନି ଧାରୀ ମହିମା ସମାଜ ର ସମାନ ଅଧିକାର ଉପରେ ନିଷ୍ପତି ଦେଇଛନ୍ତି । ଯଦି ମହିମା ସ୍ୱାମୀ ଙ୍କର ଜମି ଜମା ଉପରେ ଉଭୟ ଗୋଷ୍ଠି ଙ୍କ ସମାନ ଅଧିକାର ଅଛି ତେବେ ଜିଲ୍ଲା ପ୍ରଶାସନ ଭଙ୍ଗା ଯାଇଥିବା ଧୁନି ମନ୍ଦିର ର ଜାଗାରେ କୌପୁନି ଧାରୀ ସନ୍ୟାସି ମାନଙ୍କୁ ଅନୁମତି ଦେବାରେ ଅସୁବିଧା କେଉଁଠି ? ଏଥିରୁ ସ୍ପଷ୍ଟ ଅନୁମେୟ ଜିଲ୍ଲା ପ୍ରଶାସନ କେଉଁଠି ନା କେଉଁଠି ଏହି ଘଟଣାରେ ପକ୍ଷପାତ ନୀତି ଅବଲମ୍ବନ କରୁଛନ୍ତି । ମୋର ସ୍ପଷ୍ଟ ମନେଅଛି ବିଗତ ୦୪.୦୨.୨୦୦୪ ମସିହାରେ ବିଧାୟକତ୍ଵ ନବୀନ ନନ୍ଦ ସମୟରେ ମହିମା ଗାଦି ର ପ୍ରବେଶ ଦ୍ୱାର ଓ ସନ୍ଥ କବି ଭିମ ଭୋଇ ଙ୍କର ଏକ ପ୍ରତିମୂର୍ତ୍ତି ର ଉନ୍ମୋଚନ ସଭା ହୋଇଥିଲା ସେହି ସଭାକୁ ବଳକଳ ଧାରୀ ମହିମା ସମାଜ ର ସାଧୁ ମାନେ ସେହି ଜାଗାକୁ" ଭିମ ଭୋଇ "ବିଧର୍ମୀ ବୋଲି କହି ଆସିନଥିଲେ । ସନ୍ଥ କବି ଭିମ ଭୋଇ ଙ୍କର ମୂର୍ତି କୁ ସେତେବେଳ ର ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଉଡ଼ଘାଟନ କରିଥିଲେ । ସେହି ବର୍ଷ ତା ୦୫.୦୩.୨୦୦୪ ରିଖରେ ନାଟିମା ବଜାର ଛକ ଉପରେ ଦିବଗନ୍ତ ନେତା ବିଜୁ ପଟନାୟକ ଙ୍କ ଏକ ପୂର୍ଣ ଅବୟବ ମୂର୍ତି ସ୍ଥାପନା କଲାବେଳେ ସେହି ବଳକଲ ଧାରୀ ବାବା ମାନେ ରାତିରେ ଆସି "ବିଜୁ ବାବୁ"ଙ୍କ ମୂର୍ତି କୁ ଭାଙ୍ଗି ଦେଇଥିଲେ । ତାହା ସେତେବେଳେ ମଧ୍ୟ ବହୁତ ଉତ୍ତେଜନା ସୃଷ୍ଟି କରଥିଲା ଓ ଘଟଣା ଟି କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥିଲା । ଏହି ଘଟଣାରେ ସେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଥିଲେ । ଏବେ ନିହାତି ଦୁଃଖର ବିଷୟ "ମହିମା ଧର୍ମ"ର ବାର୍ତା ଯେତେବେଳେ ସାରା ବିଶ୍ୱ କୁ ବ୍ୟାପି ସାରିଲାଣି ସେତେବେଳେ ଏଭଳି ଘଟଣା କୋଟି କୋଟି ମହିମା ଧର୍ମଲବମ୍ବୀ ମାନଙ୍କ ମନରେ ଦାରୁଣ ଦୁଃଖ ଦେଇଛି । ଏବି ଘଟଣା ର ସୂତ୍ରଧର କିଏ ତାହା କଣ ଜିଲ୍ଲା ପ୍ରଶାସନ ଜାଣିନାହିଁ ନା ଜାଣି ଅଜଣା ଲଡୁ ଖାଉଛି ! ଏଣୁ ଯେତେ ଶୀଘ୍ର ହେଉଛି ଏହି ଘଟଣା ର ପୂର୍ଣଛେଦ ପଡୁ ଓ ଭବିଷ୍ୟତ ରେ ଏହାର ପୁନରାବୃତ୍ତି ନହେଉ ଏହା ହେଉଛି ଜିଲ୍ଲା ପ୍ରଶାସନ ର ଗୁରୁ ଦାୟିତ୍ୱ ।