25 ବର୍ଷ BJD ଶାସନରେ ଗ୍ରାମକୁ ରାସ୍ତାଟିଏ ହୋଇପାରିଲା ନାହିଁ : ରୋଗୀଙ୍କୁ ଜରୁରୀ ଚିକିତ୍ସା ପାଇଁ ଖଟିଆରେ – ୫ କି.ମି ବୁହା ହୋଇ ଡ଼ାକ୍ତରଖାନା କୁ ନିଆଯାଉଛି .
ସରକାରୀ ଯୋଜନାରେ ସଫଳ ହୋଇପାରୁ ନାହାନ୍ତି ଗ୍ରାମବାସି
ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଗଜପତି ଜିଲ୍ଲା :- ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ୍ ର ଖଜୁରୀପଦା ନିକଟସସ୍ଥ ସର୍ଗିସାହି ମାଣିକ ପୁର,ରାଜାମ୍ବ, ଗାଁକୁ ନାହିଁ ରାସ୍ତା । ପ୍ରତିଦିନ ଆବୁଡ଼ା କାବୁଡ଼ା ରାସ୍ତାରେ ଯିବା ଆସିବା କରୁଛନ୍ତି ଗ୍ରାମବାସୀ । ରାସ୍ତା ନଥିବାରୁ ସର୍ଗିସାହି,ରାଜାମ୍ବ,ମାଣିକପୁର ଗ୍ରାମରେ ରହିଛି, ଯେଉଠାରେ କି..? ସାଧାରଣଙ୍କ ଯାତାୟତ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ରାସ୍ତା ଘାଟର ବର୍ତ୍ତମାନ ସୁଧା ହୋଇପାରୁନାହିଁ ।ଲୋକେ ବହୁ କଷ୍ଠରେ ଜୀବନ ଅତି ବାହିତ କରି ଆସୁଛନ୍ତି । ଗ୍ରାମକୁ ରାସ୍ତାଟିଏ ନ ଥିବାରୁ ରୋଗୀଙ୍କୁ ଜରୁରୀ ଚିକିତ୍ସା ପାଇଁ ଖଟିଆରେ ୫ କି ମି ବୁହା ହୋଇ ଡ଼ାକ୍ତରଖାନା କୁ ନିଆଯାଉଛି । ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା କେବଳ ବର୍ତ୍ତମାନ ନୁହେ ଅନେକ ଥର ଏପରି ଭାବେ ରୋଗୀଙ୍କୁ ଡ଼ାକ୍ତର ଖାନାକୁ ଖଟିଆରେ ବୁହା ହୋଇ ନିଆଯିବାର ଅନେକ ଦୢଷ୍ଚାନ୍ତ ରହିଛି ।ଦୀର୍ଘ ବର୍ଷ ବର୍ଷ ଧରି ଅଭିଯୋଗ କରି ଆସୁଥିଲେ ମଧ୍ୟ ସହାୟତା ପାଇପାରୁନାହାନ୍ତି ଗ୍ରାମବାସୀ । ତେବେ ସର୍ଗିସାହି, ମାଣିକପୁର,ରାଜାମ୍ବ ଏହି ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ଆଖି ବୁଜି ଦେଇଥିବା ଜଣାପଡ଼ିଛି । ନିର୍ବାଚିତ ପ୍ରତିନିଧିମାନେ ବି ଭୋଟ ଦେଇସାରିଲା ପରେ ପ୍ରତିଶ୍ରୁତି ଭୁଲିଯାଉଛନ୍ତି । ମାଳ ମାଳ ସମସ୍ୟାରେ ଗ୍ରାମବାସୀ ଛନ୍ଦି ହୋଇଥିଲେ ମଧ୍ୟ ପ୍ରଶାସନ ଅଣଦେଖା କରୁଥହଥିବା ନେଇ ଗ୍ରାମର କାର୍ତ୍ତିକ ମଣ୍ଡଳ, ଶ୍ୟାମ ମଣ୍ଡଳ,କାନ୍ଦେବ ମଣ୍ଡଳ, ଲିରି ମଣ୍ଡଳ, ମଜେଶ୍ ରଇତ, ଜୀବନ ମଣ୍ଡଳ,ଜୀବନ ରଇତ, ଅବ୍ରାହମ ମଣ୍ଡଳ, ସୋମନାଥ ମଣ୍ଡଳ, ରବିନ୍ଦ୍ର ରଇତ , ଏହି ଭଳି ଅନେକ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତେଣୁ ପ୍ରଶାସନ ଏହି ୩ ଗ୍ରାମବାସୀଙ୍କ ସମସ୍ୟା ପ୍ରତି ଦଷ୍ଠି ଦେବା ସହ ସେମାନଙ୍କୁ ମୌଳିକ ସୁବିଧା ଯୋଗାଇବାକୁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ଏହି ୩ ଗ୍ରାମକୁ ନେଇ ପ୍ରଶାସନ କଣ ପଦକ୍ଷେପ ନେଉଛି । ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଏହା ଉପରେ କାର୍ଯ୍ୟ ଅନୁଷ୍ଠାନ କରିବେ ।