No Result
View All Result
ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗିର ଜ଼ିଲ୍ଲା ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମ ପଂଚାୟତ ର ସ୍କୁଲ ପାଖରେ ଏକ ନଳକୂପ ଅଛି l ଏହି ନଳକୁପ ର ପାଣି ଅନେକ ଲୋକ ପିଇବା ପାଇଁ ନିର୍ଭର କରନ୍ତି l ଯାହା ଫଳରେ ଏହି ମଇଳା ପାଣି ପିଇ ଗ୍ରାମ ର ଶତାଧିକ ଲୋକ, ମହିଳା, ଶିଶୁ ଓ ପଥଚାରି ରୋଗ ରେ ପଡିବେ l ସରକାର ହଜାର ହଜାର ଟଙ୍କା ଗାଁ କଲ୍ୟାଣ ସମିତି ଙ୍କୁ ଦେଉଛନ୍ତି ହେଲେ ତାହା କାଗଜ, କଲମରେ ଫାଇଲ ଭିତରେ ରହିଯାଉଛି l ଏହି ନଳକୂପ ର ପାଇପ ଫାଟି ଆଁ କରିଛି ହେଲେ ଏହି ନଳକୂପ ଉପରେ କାହାର ନଜର ନାହିଁ l
ତଥାପି ଏହି ନଳକୂପ ଟି ଚାଲୁ ରହିଛି l ଯାହା ଫଳରେ ଏହି ନଳକୂପ ରେ ଖରାପ ପାଣି ଏବଂ ଦୁର୍ଗନ୍ଧ ପାଣି ନଳକୂପ ଭିତର କୁ ପଶି ଯାଉଛି, ଯାହା ଫଳରେ ବିଷାକ୍ତ ଜୀବ ପଶିଗଲେ ନିରୀହ ଲୋକଙ୍କ ଜୀବନ ଚାଲି ଯିବ l ଏହି ରାସ୍ତା ଦେଇ ପଞ୍ଚାୟତ ର ସମସ୍ତ କର୍ମଚାରୀ ଯିବା ଆସିବା କରନ୍ତି ହେଲେ ପଞ୍ଚାୟତ ର ସମସ୍ତ କର୍ମଚାରୀ ଙ୍କ ନଜର ଏହି ନଳ କୂପ ଉପରେ ପଡିଲେ ମଧ୍ୟ ଅନ୍ଧ ପରି ଚାଲିଯାଉଛନ୍ତି l ଯଦି ଜ଼ିଲ୍ଲା ପ୍ରଶାସନ ଓ ପଞ୍ଚାୟତ ପ୍ରଶାସନ ଏହି ନଳକୂପ ଟି ତୁରନ୍ତ ଠିକ ନ କରନ୍ତି ତାହା ହେଲେ ରାଜରାସ୍ତାକୁ ଉହ୍ଲାଇବେ ବୋଲି ଗ୍ରାମବାସୀ ଦାବି କହୁଛନ୍ତି l

No Result
View All Result