No Result
View All Result
ଜାନୁଆରୀ ୧୮ ତାରିଖ, ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ :- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ମାତିଛନ୍ତି ଠକ ବେପାରୀ । କପା କିଣାରେ ଚଞ୍ଚକତା କରି ଲୁଟୁଛନ୍ତି ଚାଷୀଙ୍କୁ । ଏପରି ଏକ ଅଭିଯୋଗ ଆସିଛି ଓଡ଼ିଆପାଲି ପଞ୍ଚାୟତ କପସିପାଲି ଗାଁ କୁଲୁତା ପଡ଼ାରୁ । ଗାଁର ଚାଷୀମାନେ ନିଜ ଉତ୍ପାଦିତ କପାକୁ ସ୍ଥାନୀୟ ମଧ୍ୟସ୍ଥିଙ୍କ ଜରିଆରେ ମହାରାଷ୍ଟ୍ର ଅଞ୍ଚଳର ବେପାରୀଙ୍କୁ ବିକୁଥିବା ବେଳେ ବେପାରୀ ମାନେ ଚଞ୍ଚକତା କରି ଓଜନରେ ରିମୋଟ ଖଞ୍ଜି ଠକେଇ କରିବା ସହ ଓଜନ ପ୍ରତି ୧୦ରୁ ୨୦ କେଜି ଠକୁ ଥିବା ଅଭିଯୋଗ ହୋଇଛି । ଚାଷୀ ସରକାରୀ କ୍ରୟ କେନ୍ଦ୍ରରେ ବିକିବା ବଦଳରେ ସରକାରୀ ଦରରୁ ଅଧିକ ଦର ଦେବା କହି ଚାଷୀଙ୍କୁ ଠାକୁଥିଲେ ଠକ ଦଳ ।
ସୂଚନା ଅନୁସାରେ ମଙ୍ଗଳବାର ରାତିରେ କପସିପାଲି ଗାଁ କୁଲତାପଡାର ଚାଷୀ କୁମାର ସାହୁ କପାବିକ୍ରି କରୁଥିବା ବେଳେ ଓଜନ ପ୍ରତି ୧୦ କେଜି ଡାଏରୀରେ ରଖିଥିବା ରିମୋଟ ସାହାଯ୍ୟରେ କମ୍ କରୁଥିବା ଜାଣି ମଧ୍ୟସ୍ଥିକୁ ଅଟକ ରଖି ଖପ୍ରାଖୋଲ ପୋଲିସକୁ ଖବର ଦେଇଥିଲେ । ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ମଧ୍ୟସ୍ଥି କୁଲତାପଡା ଗାଁର ଗୋବିନ୍ଦ ସାହୁ (୪୦) ଓ କଣ୍ଟାବାଞ୍ଜିର ଅକ୍ଷୟ ମେହେର (୪୫)ଙ୍କୁ କପା, ଓଜନ ଯନ୍ତ୍ର, ଟ୍ରକ୍ ସହ ଥାନାକୁ ଆଣିଥିଲେ । ମହାରାଷ୍ଟ୍ରର ବେପାରୀ ଜଣକ ଫେରାର ହୋଇଥିବା ଜଣାଯାଇଛି । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୧୯/୨୩ରେ ଏକ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।
No Result
View All Result