ଓଡିଶା ତାଜା ନ୍ୟୁଜ୍ (୧୦ ଜୁନ୍ ବୁଧବାର ) କୋରାଇ :- କୋରାଇରୁ :- ବିଶ୍ୱମହାମାରୀ କରୋନା ଯୁଦ୍ଧରେ ପ୍ରଶାସନ, ପୁଲିସ, ଡାକ୍ତର, ନର୍ସ, ଅଙ୍ଗବାଡି ଓ ଅଶା କର୍ମୀ ଙ୍କ ସମେତ ବୈଦ୍ୟୁତିକ ଓ ପ୍ରିଂଟିମିଡିଆର ସାମ୍ବାଦିକମାନେ ଯୋଦ୍ଧାଭାବେ ସାମିଲ ହୋଇ ପରିବାରକୁ ପଛରେ ପକାଇ ଲୋକଙ୍କୁ ସଚେତନ କରିବା ଓ ସୁରକ୍ଷା ଦେବାରେ ଉଦ୍ୟମ ଅତୁଳନୀୟ । ଏହି କର୍ତବ୍ୟ ନିଷ୍ଠ ଯୋଦ୍ଧାମନଙ୍କ ଲାଗି ‘କରୋନା ହାରିବ ଆମେ ଜିତିବା’ର ଶ୍ରେୟ କେବଳ ଏହି ଯୋଦ୍ଧାମାନଙ୍କର । କରୋନା ଯୁଦ୍ଧର ଅନ୍ୟତମ ଯୋଦ୍ଧା ସାମ୍ବାଦିକଙ୍କର ଏହି ନିସ୍ୱାର୍ଥପର ସେବାକୁ ଉତ୍ସରହିତ କରିବା ପାଇଁ ଆଜି କୋରାଇ ବ୍ଲକ ତାରାକୋଟ ପଂଚାୟତ ପକ୍ଷରୁ ବୈଦ୍ୟୁତିକ ଓ ପ୍ରିଂଟିମିଡିଆର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ମଙ୍ଗଳବାର ମଧ୍ୟାହ୍ନରେ ସାମାଜିକ ଦୂରତା ଭିତିରେ ସ୍ଥାନୀୟ ରଘୁନାଥ ସାହୁ ନୋଡାଲ ହାଇସ୍କୁଲ ପରିସରରେ ତାରାକୋଟ ପଂଚାତୟର ସରପଂଚଞ୍ଚପାର୍ବତୀ ଜେନାଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭାଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥିଭାବେ ବ୍ଲକ ଗ୍ରାମପଂଚାୟତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାତ୍ର ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥିତି ଭାବେ ବରିଷ୍ଠସମାଜସେବୀ ହରେକୃଷ୍ଣ ସାହୁ, ସ୍ଥାନୀୟ ସମିତିସଭ୍ୟ ଉମାକାନ୍ତ ବେହେରା, ପଂଚାୟତ ନିର୍ବାହୀ ଅଧିକାରୀ ଗୌରାଙ୍ଗ ପ୍ରଧାନ, ନାଏବ ସରପଂଚ ଆତାର ଉଦ୍ଦିନ ଅହମଦ ପ୍ରମୁଖ ଯୋଗଦେଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଉଦୟନାଥ ଖଣ୍ଡାଇ, ଶରତ ପଥାଳ, ମଳୟକୁମାର ମଲ୍ଲିକ, ସୁବସ ଧଳ, ଅକ୍ଷୟକୁମାର ପରିଡା, ବିରଂଚିନାରାୟଣ ଖୁଂଟିଆ, ବସନ୍ତକୁମାର ମହାନ୍ତି, ଶତ୍ରୁଘନ ପଣ୍ଡା, ଅଭୟକୁମାର ପରିଡା, ବିଶ୍ୱଜିତ କର, ତପନ ମିଶ୍ର, ଦୟାନିଧି ନାୟକ, ବିକ୍ରମକେଶରୀ ସାହୁ ପ୍ରମୁଖ ସାମ୍ବାଦିକଙ୍କୁ କରୋନା ଯୁଦ୍ଧର ଯୋଦ୍ଧାଭାବେ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥି ସହିତ ପଂଚାତୟତ କୋଭିଡି-୧୯ର ପରାମର୍ଶ ଦାତା ହରେକୃଷ୍ଣ ସାହୁ, କମଳାକାନ୍ତ ନାୟକ, ସାହାସଜଲ ଏସଦାନି, ବିଦ୍ୟାଧର ସିଂହ, କିଶୋର ଶତପଥୀ, ପିଇଓ ଶ୍ରୀ ପ୍ରଧାନ, ନାଏବ ସରପଂଚ, ଜିପିଓ ଶ୍ରୀ ପାତ୍ରଙ୍କ ସମେତ କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହିପରି ଭାବେ ପୂର୍ବରୁ ପଂଚାୟତ ପକ୍ଷରୁ ଡାକ୍ତର ହିମାଂଶୁ କୁମାରଙ୍କ ସମେତ ପୁଲିସ, ଆଶା ଓ ଅଙ୍ଗନବାଡିକର୍ମୀ, ସଫେଇ କର୍ମଚାରୀ ପ୍ରମୁଖଙ୍କୁ ପର୍ଯ୍ୟାୟକ୍ରମେ ସମ୍ବର୍ଦ୍ଧିତ କରାଯାଇଥିଲା । ଦାୟାନିଧି ନାୟକଙ୍କ ସଂଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହମ୍ମଦ ଏରକାନ, ମୁରାଦ ର୍ଖାଁ, ରମାକାନ୍ତ ସାହୁ, ସୋମନାଥ ମହାପାତ୍ର, ନସିମ ମହମ୍ମଦ ପ୍ରମୁଖ ପଂଚାୟତର କାର୍ମଚାରି ୱାର୍ଡସଭ୍ୟ ଓ ବିଦ୍ୟାଳୟର ଶିକ୍ଷକ ର୍ମଚାରୀମାନେ ପରିଚାଳନାରେ ସହଯୋଗିତା କରିଥିଲେ । ( ବ୍ୟାସ ନଗର ,ରିପୋର୍ଟ :- ରଶ୍ମିରେଖା ମଲ୍ଲିକଙ୍କ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com