No Result
View All Result
ସାଧାରଣ ନିର୍ବାଚନ ଆଉ ମାତ୍ର ଗୋଟିଏ ବର୍ଷ ବାକି ଥିବା ବେଳେ ବର୍ତମାନ ଠାରୁ କାମାକ୍ଷାନଗର ର ବିଧାନସଭା ଆସନ ଆସାରେ ଶୁଭାଶିଷ, ତପନ, ରାଜା, ସତ୍ୟଜିତ ଓ ରଞ୍ଜନ ଙ୍କ ନାମ ଚର୍ଚ୍ଚା ହେଉଛି : ନବୀନ କାହାକୁ ପୁନ୍ଧାଇବେ ମୁକୁଟ
ବର୍ତମାନ ଯୁବପିଢୀକୁ ପ୍ରାଧାନ୍ୟ ଦିଆଯାଉଥିବା ଟ୍ରେଣ୍ଡକୁ ଦେଖିବାକୁ ଗଲେ ବୟସାଧିକ କାରଣରୁ ପ୍ରଫୁଲ୍ଲ ବାବୁ ବାଦ୍ ପଡିବା ଏକ ପ୍ରକାର ନିଶ୍ଚିତ ।
୧୭ ଜାନୁଆରୀ ମଙ୍ଗଳବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଦେଶରେ ସାଧାରଣ ନିର୍ବାଚନ ଆଉ ମାତ୍ର ଗୋଟିଏ ବର୍ଷ ବାକି ଥିବା ବେଳେ ବର୍ତମାନ ଠାରୁ ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିଶେଷକରି ୨୦୨୩ ବର୍ଷରେ ୯ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସେଥିପାଇଁ ଆଂଚଳିକ ସ୍ତରରେ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତିରେ ରହିଛନ୍ତି । ତେବେ ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଆଗୁଆ ହୋଇପାରେ ବୋଲି ଜନୈକ କେନ୍ଦ୍ରମନ୍ତ୍ରୀ ଗଣମାଧ୍ୟମରେ ଖୋଲାଖୋଲି ବିବୃତି ଦେବା ପରେ ଓଡିଶାରେ ହଠାତ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଏହାର ଜବାବରେ ବିଜେଡି ସବୁବେଳେ , ସବୁ ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି ବିଜେଡି ତରଫରୁ କୁହାଯାଇଛି । ଖାଲି କୁହାଯାଇନାହିଁ ଗତ ଡିସେମ୍ବର ୨୬ ତାରିଖରେ ପୁରୀ ଠାରେ ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତୀ ଉତ୍ସବ ପାଳନ କରି ମା’ ମାନଙ୍କ ଆଶୀର୍ବାଦ ରହିଲେ ବିଜେଡି ଆଗାମୀ ୫ ବର୍ଷ ନୁହେଁ ଶହେ ବର୍ଷ ସେବା କରିବ ବୋଲି ଖୋଦ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଭାଷଣ ପ୍ରସଙ୍ଗରେ ମତ ଦେଇଥିଲେ ।ପ୍ରତିଷ୍ଟା ଦିବସ ପାଳନ ନାଁ ରେ ଶଙ୍ଖକ୍ଷେତ୍ର ରୁ ଶଙ୍ଖନାଦ କରିଛନ୍ତି ଶଙ୍ଖପତି ବୋଲି ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଚଳିତ ଥର ବିଜେଡି ଯୁବ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦେବ । ନିର୍ବିବାଦୀୟ ,ନିଷ୍କଳଙ୍କ ତଥା ଉଦୀୟମାନ ଯୁବ ନେତାଙ୍କୁ ପ୍ରାର୍ଥୀ କରି ଆଗାମୀ ବହୁ ବର୍ଷ ପାଇଁ ଶାସନ କରିବାକୁ ଲକ୍ଷ୍ୟ ରଖିଛି । ଆଗୁଆ ନିର୍ବାଚନ ସକାଶେ ସାରା ଓଡିଶାରେ ବିଭିନ୍ନଦଳର ଆଶାୟୀ ପ୍ରାର୍ଥୀ ମାନେ ଶବେଠାରୁ ପ୍ରସ୍ତୁତ ହୋଇ ଭୋଟରଙ୍କ ନିକଟତର ହେଉଥିବା ଦେଖିବାକୁ ମିଳିଲାଣି । କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ନୂଆ ବର୍ଷ ଆରମ୍ଭରୁ ଆଶାୟୀ ପ୍ରାର୍ଥୀ ମାନେ ଅଭିନନ୍ଦନ ବ୍ୟାନର ମାଧ୍ୟମରେ ଆବିର୍ଭାବ ହେଲେଣି ।କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆସନ୍ତା ନିର୍ବାଚନରେ ଆଉ ପ୍ରାର୍ଥୀ ହେବେ ନାହିଁ ବୋଲି ଶୁଣାଯାଉଛି । ବୟସ ଆଉ ତାଙ୍କ ସାଥ୍ ଦେଉନାହିଁ ବୋଲି କୁହାଯାଉଛି । କାମାକ୍ଷାନଗର ରେ ନୁହେଁ ସାରା ଜିଲ୍ଲାରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଦିନ ଦିପ୍ରହରରେ ଗୁଳି, ବୋମା ଫୁଟୁଛି । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ବିଜେଡି ନେତା କାହ୍ନୁ ସାହୁ ଙ୍କୁ ଗୁଳିମାଡ ହେବା ସଦ୍ୟତମ ଉଦାହରଣ । ଯଶୋବନ୍ତ ପରିଡା ଓ ଦୀପକ ମାହୁନ୍ତ ଙ୍କ ଭଳି ହେଭିୱେଟ ଦଳୀୟ ନେତାଙ୍କୁ ଦୁର୍ବୃତ ମାନେ ଗୁଳି କରି ହତ୍ୟା କଲାପରେ ବି ପ୍ରକୃତ ଆସାମୀ ଏଯାଏଁ ଧରା ପଡିନପଡିବା ମନ୍ତ୍ରୀଙ୍କୁ ସନ୍ଦେହ ଘେରକୁ ଟାଣିନେଉଛି । ମନ୍ତ୍ରୀ ପ୍ରଫୁଲ୍ଲ ବାବୁ ଙ୍କ ପ୍ରମୁଖ ସହଯୋଗୀ ତଥା ଘନିଷ୍ଟ କୁହାଯାଉଥିବା ଭୁବନ ବ୍ଲକର ୩ ନକ୍ତର ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀ ନିଜ ଘରେ ଚୋରା ମଦ କାରଖାନା ଚଳାଇଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ରହିବା ପରେ ନାମକୁ ମାତ୍ର ତାଙ୍କୁ ନିଲମ୍ବନ କରାଯାଇଛି । ପ୍ରଫୁଲ୍ଲ ବାବୁଙ୍କ ପୁତ୍ରବଧୁ କଲେଜରେ କ୍ଲାସ ନକରି ଲକ୍ଷାଧିକ ଟଙ୍କା ଦରମା ଠକିନେବା ମନ୍ତ୍ରୀଙ୍କ ସଫେଦ କୁର୍ତାରେ କଳାଦାଗ ଲଗାଇଦେଇଛି । ବର୍ତମାନ ଯୁବପିଢୀକୁ ପ୍ରାଧାନ୍ୟ ଦିଆଯାଉଥିବା ଟ୍ରେଣ୍ଡକୁ ଦେଖିବାକୁ ଗଲେ ବୟସାଧିକ କାରଣରୁ ପ୍ରଫୁଲ୍ଲ ବାବୁ ବାଦ୍ ପଡିବା ଏକ ପ୍ରକାର ନିଶ୍ଚିତ । ଯୁବପିଢୀ କୁ ଲକ୍ଷ୍ୟ ରଖାଗଲେ ଏବେ ଶୁଭାଶିଷ ଆଚାର୍ଯ୍ୟ ,ତପନ ଦାସ , ସତ୍ୟଜିତ ବିମଳ ମିଶ୍ର ଓ ରଂଜନ ରାଉତ ଙ୍କ ନାମ ଚର୍ଚ୍ଚା ହେଉଛି ।
ପୂର୍ବ ନିର୍ବାଚନରେ ବିଜେଡି ଦଳୀୟ ଟିକେଟ ପାଇବାର ସମୀକରଣରେ ଖୁବ ନିକଟକୁ ଯାଇ ଦୁଇ ଦୁଇ ଥର ନିରାଶ ହୋଇଥିବା ଯୁବନେତା ହେଉଛନ୍ତି ଶୁଭାଶିଷ ଆଚାର୍ଯ୍ୟ ଓରଫ ଲୁଜୁ । ଶ୍ରୀ ଆଚାର୍ଯ୍ୟ ଏଥର ଟିକେଟ ଲବିରେ ସର୍ବାଗ୍ରେ ଥିବା ଶୁଣାଯାଉଛି । ସେ ରେଭେନ୍ସା କଲେଜରେ ଅଧ୍ୟୟନ କରିବା ଦିନଠାରୁ ଛାତ୍ର ରାଜନୀତିରେ ଜଡିତ । କାମାକ୍ଷାନଗର ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନରେ ଲଗାତର ଦୁଇଥର ସାଧାରଣ ସଂପାଦକ ଓ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣୀ ବିହାରରେ ବିଜେଡି ସମର୍ôଥତ ସଭାପତି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ମାତ୍ର ଦୁଇ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ । ଶ୍ରୀ ଆଚାର୍ଯ୍ୟ ରାଜ୍ୟସ୍ତରୀୟ ଯୁବ/ଛାତ୍ର ନେତା ଭାବେ ଜଣାଶୁଣା ।ଶୁଭାଶିଷ ଙ୍କ ବାପା ରାମ କୁମାର ଆଚାର୍ଯ୍ୟ କାମାକ୍ଷାନଗର ଓ ଭୁବନ ରେ ଦୀର୍ଘ ୨୫ ବର୍ଷ କାଳ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରି ଜଣେ ଲୋକପ୍ରିୟ ଅଫିସର ଭାବେ ଖ୍ୟାତି ଅର୍ଜନ କରିଥିଲେ । ପିତା ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଶୁଭାଶିଷ ମଧ୍ୟ ଲୋକସଂପର୍କ ବୃଦ୍ଧି କରିଚାଲିଛନ୍ତି । ଢେଙ୍କାନାଳ ବିକାଶ ପରିଷଦ ର ଆବାହକ ଚାଟାର୍ଡ ଆକାଉଟାଣ୍ଟ ରାଜ ନାରାୟଣ ତ୍ରିପାଠୀ (ରାଜା) ଢେଙ୍କାନାଳର ବିଭିନ୍ନ ସମସ୍ୟା କୁ ଲୋକଲୋଚନକୁ ଆଣି ତାହାର ସମାଧାନ କରୁଥିବା ବେଳେ ଢେଙ୍କାନାଳ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଦେଉଛନ୍ତି । କାମାକ୍ଷାନଗର ଓକିଲ ସଂଘର ପୂର୍ବତନ ସଭାପତି ଆଇନଜୀବୀ ରଂଜନ କୁମାର ରାଉତ , ସାମ୍ବାଦିକ ସତ୍ୟଜିତ୍ ବିମଳ ମିଶ୍ର ,ରାଜ୍ୟ ବିଜେଡି ସଂପାଦକ ତପନ କୁମାର ଦାସ ଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି ।
ତପନ ଦାସ ହେଉଛନ୍ତି ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଯାଜପୁର ର ପୂର୍ବତନ ଜିଲ୍ଲାପାଳ ରଂଜନ କୁମାର ଦାସ ଙ୍କ ଭାଇ । ରଂଜନ ଦାସ ଯାଜପୁରରେ ଦୀର୍ଘଦିନ ଜିଲ୍ଲାପାଳ ଭାବେ ଥିବାରୁ ବିଜେଡିର ଶକ୍ତିକେନ୍ଦ୍ର ତଥା ମିନିଷ୍ଟର ମେକର ବବି ଦାସ ଙ୍କ ସହ ଘନିଷ୍ଟ । ଏହି ପରିଚୟ ନେଇ ତପନ ଦାସ ଏଥର ଟିକେଟ ପାଉଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଓ ଆଲୋଚନା ହେଉଛି । ତେବେ ଉପରୋକ୍ତ ନେତା ମାନଙ୍କ ମଧ୍ୟରୁ କିଏ ବିଜେଡି ଟିକେଟ ପାଇବ ଏବଂ କାମାକ୍ଷାନଗର ର ପ୍ରତିନିଧିତ୍ୱ କରିବ ତାହା ସମୟ କହିବ ।
No Result
View All Result