No Result
View All Result
୧୬ ଜାନୁଆରୀ ସୋମବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଣ୍ଟାମାଳ :- ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରଙ୍ଗପାଲିରେ ୨୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ଓ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୦୦ ଏସସି ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲର ଶିଳାନ୍ୟାସ କଲେ କନ୍ଧମାଳ ସାଂସଦ । ଆଜି ଦିନ ୧୨ଟା ସମୟରେ ରଙ୍ଗପାଲି ଗ୍ରାମ ନିକଟ ସୋଲାର ପ୍ଲାଣ୍ଟ ସମ୍ମୁଖରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏକ ହସପିଟାଲ ଓ ଆଉଏକ ସ୍କୁଲର ଶିଳାନ୍ୟାସ କରିଛନ୍ତି । ଏହି ହସପିଟାଲ ନିର୍ମାଣ ହେଲେ ଏକାସଂଗରେ ୨୦୦ ଜଣ ରୋଗୀ ଚିକିତ୍ସିତ ହୋଇ ପାରିବେ ଏବଂ ସ୍କୁଲ କାର୍ଯ୍ୟକ୍ଷମ ହେଲେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୫୦୦ ଏସସି ଏସଟି ଛାତ୍ରଛାତ୍ରୀ ଅଧ୍ୟୟନ କରି ପାରିବେ ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି ।
ଏହି ଅବସରରେ ବ୍ଲକ ବିଜେଡି ସଭାପତି ପ୍ରେମରାଜ ରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ଯ ଅତିଥି ଭାବରେ କନ୍ଧମାଳ ସାଂସଦ ଡାକ୍ତର ଅଚ୍ୟୁତ ସାମନ୍ତ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କଷର୍ଣ ପ୍ରଧାନ, ବ୍ଲକ ଅଧ୍ଯକ୍ଷା ପ୍ରତିନିଧି ଜାନୀ ସେନାପତି, ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ଯୁବ ବିଜେଡି ସଭାପତି ଶମ୍ଭୁ ପ୍ରସାଦ ସାହୁ, ଜିଲ୍ଲା ଉପ ସଭାପତି ସୁଧିର ମହାକୁଡ, ବୌଦ୍ଧ ବ୍ଲକ ସଭାପତି ବାଳମୁକୁନ୍ଦ ମେହେର, ଚାଷୀ ନେତା ରମଣୀ ରଞ୍ଜନ ପ୍ରଧାନ,ଜିଲ୍ଲା ପରିଷଦ ଉପାଦ୍ଧକ୍ଷ ସଙ୍କରସନ ପ୍ରଧାନ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ ଓ ଜିଲ୍ଲା ମହିଳା ଉପ ସଭାନେତ୍ରୀ,ଜୟନ୍ତୀ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ ।

No Result
View All Result