No Result
View All Result
୧୬ ଜାନୁଆରୀ ସୋମବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କଟକ :- ସଦର ଥାନା ଅନ୍ତର୍ଗତ “ଆମ ୪୨ ମୌଜ଼ା” ସଂଗଠନ ତରଫରୁ ମକର ସଂକ୍ରାନ୍ତି ଉପଲକ୍ଷେ ଏକ ବନ୍ଧୁମିଳନ ଓ ଆଲୋଚନାଚକ୍ର ବଳୀବାମନ ପୀଠଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୦ ରୁ ଅଧିକ ବ୍ୟକ୍ତିବିଶେଷ ଯୋଗଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ଆମ ୪୨ ମୌଜ଼ା ସଂଗଠନ ର ସଭାପତି ଶ୍ରୀ ଦେବୀପ୍ରସାଦ ପତି, ୪୨ମୌଜ଼ାଉନ୍ନୟନ ପରିଷଦ ର ସଭାପତି ଅନିଲ ଦାସ,ଯୁବ ଛାତ୍ର ପରିଷଦ ର ଉପଦେଷ୍ଟା ପ୍ରଭାତ କୁମାର ଦେବତା,ରାଷ୍ଟ୍ରୀୟ ପଛୁଆ ବର୍ଗର ପ୍ରଭାରୀ ସଞ୍ଜିତ ସାସମଲ,
ହିନ୍ଦୁସେନାର ରାଜ୍ୟ ସଭାପତି ଦେବାଶିଷ ରାଉତ,ଯୁବ ଓ ଛାତ୍ର ନେତା ରଞ୍ଜିତ ମଲ୍ଲିକ ,ସମାଜ ସେବି ହରିଚନ୍ଦନ ନାୟକ, ବରିଷ୍ଠ ମୁରବି ଅଭୟ ମହାପାତ୍ର,ଅନିଲ ମହାପାତ୍ର, ଅନୟ ମହାପାତ୍ର,ଅତିଶ ଭୋଳ, ଶମ୍ଭୁ ବୈଠାଲୁ,ବିଶ୍ୱରଂଜନ ସେଠୀ, ଉତ୍କଳ ବିକାଶ ପରିଷଦ ର ଗାନ୍ଧୀ ଗୁରୁ ଦାସ,ବିଜୟ ମଲ୍ଲିକ, ଅଜୟ ଦେବତା, ଭାରତୀୟ କିସାନ ସଙ୍ଘ ର କଟକ ଜିଲ୍ଲା ର ନିରଞ୍ଜନ ରାଉଳ, ସନ୍ତୋଷ ଭୋଇ, ପ୍ରସନ୍ନ ବେହେରା, ସାଗର ବେହେରା, ଅଜୟ ନାୟକ, ଅଜୁ ନାୟକ, ହୃଦାନନ୍ଦ ହୋତା, ଲଲାଟ ଚୌଧୁରୀ, ରୁଦ୍ର ଜେନା,
ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା,ମୁକ୍ତିକାନ୍ତ ମହାନ୍ତି, ଅଜୟ ଜେନା ଏବଂ ପରିବର୍ତ୍ତନ ସଙ୍ଗଠନ ର ଆବାହକ ସୁଧାଂଶୁ ଦାସ,ଆନନ୍ଦ ନୃସିଂହ ସ୍ମୃତି କମିଟି ର ସଭାପତି ନାରାୟଣ ଚନ୍ଦ୍ର ମହାନ୍ତି ଓ ଅନ୍ୟାନ୍ୟ ବହୁତ ବନ୍ଧୁମାନେ ଯୋଗଦେଇଥିଲେ । ବିଶ୍ଵ ପରିବେଶ ସୁରକ୍ଷା ପାଇଁ ପ୍ରକୃତି ବନ୍ଧୁ ନବକିଶୋର ଙ୍କ ଲକ୍ଷାଧିକ ବୃକ୍ଷରୋପଣ ଓ ନିରନ୍ତର ଅନେକ ଜଙ୍ଗଲ ସୃଷ୍ଟି ଅଭିଯାନକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଅବଗତ କରି ପଦ୍ମଶ୍ରୀ ପାଇଁ ଆଗାମୀ ଦିନରେ ଦାବୀ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ।
No Result
View All Result