ଏହି ଖବର ପ୍ରସାରଣ ହେବା ପରେ ଗତ ୨୦/୯ ରେ ଗ୍ରାମ୍ଯ ଉନ୍ନୟନ ବିଭାଗର ଏସଡିଓ ,ଜେଇ ଓ ରାସ୍ତାକାର୍ଯ୍ଯ କରୁଥିବା ଠିକାଦାର ବ୍ରିଜ ସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ପୋଲ ପରିଦର୍ଶନ କରି ନୂତନ ପୋଲ ବ୍ରିଜ ନିର୍ମାଣ କରାଯିବା ନେଇ ସରକାରଙ୍କ ନଜରକୁ ନିଆଯାଇଛି ଏବଂ ଯୋଜନା ପ୍ରସ୍ତୁତ ହୋଇସାରିଛି ବୋଲି କହିଥିଲେ ବିଭାଗୀୟ ଏସଡିଓ ! ଗ୍ରାମବାସୀଙ୍କ ସମସ୍ଯାକୁ ରାଜ୍ଯ ସରକାରଙ୍କ ପକ୍ଷରୁ ଗୁରୁତ ଦେଇ ନୂତନ ପୋଲ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥିବା ବେଳେ ପଂଚାୟତବାସୀ ଙ୍କ ପକ୍ଷରୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ଯବାଦ ଅର୍ପଣ କରିବା ସହ ସେମାନଙ୍କ ମଧ୍ଯରେ ଏବେ ଖୁସିର ଲହରୀ ଖୋଳିଯାଇଛି !
ତେବେ ବ୍ରିଜ୍ ନିର୍ମାଣ କାର୍ଯ୍ଯ ଅନିୟମିତା ହେଉଥିବାର ସହ ସଠିକ କାର୍ଯ୍ଯ ହେଉନାହିଁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ! ବାରମ୍ବାର ଦାବି ପରେ ନୂତନ ବ୍ରିଜ ପଂଚାୟତବାସୀଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରିଯାଇ ଥିବା ବେଳେ ଏଥିପ୍ରତି ଟିକେ ବିଭାଗୀୟ ଅଧିକାରୀ ମାନେ ସତନ୍ର୍ତ ଦୁଷ୍ଟି ଦେବା ସହ କାର୍ଯ୍ଯର ତଦାରଖ ସଠିକ୍ ଭାବେ କରିବା ନେଇ ସାଧାରଣରେ ଦାବି ହେଉଛି ! ଆମ ପ୍ରତିନିଧି ବିକ୍ରାନ୍ତ କୁମାର ବେବର୍ତ୍ତା ଓ ଆମ ନ୍ଯୁଜ ପ୍ରଭାବରେ ଲୋକେ ନୂତନ ବ୍ରିଜ ପାଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ଅଂଚଳବାସୀ !

© 2023 Odisha Taza News.