No Result
View All Result
୧୫ ଜାନୁଆରୀ ରବିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲାର ଗଣ ପର୍ବ ମାଲ୍ୟବନ୍ତ ମହୋତ୍ସବ ଅବସରରେ ଆଜିଠାରୁ ଜିଲ୍ଲା ସ୍ତରୀୟ ମାଲ୍ୟାବନ୍ତ ମହୋତ୍ସବ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଆଜି ଏକ ଭବ୍ୟ କଳସ ସଭାଯାତ୍ରା ଆଜି ସକାଳୁ ଜିଲ୍ଲା ସଦରରେ ଥିବା ଜଗନ୍ନାଥ ମନ୍ଦିରରେ ପୂର୍ବରୁ ସଂଗ୍ରହ ହୋଇ ରଖା ଯାଇଥିବା ପବିତ୍ର ଜଳ କଳସକୁ ଜିଲ୍ଲାପାଳ ବିଶାଲ ସିଂଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇ ସେଠାରୁ ଅନେକ କଳସ ଯୋଗେ ଡିଏନକେ ଖେଳ ପଡିଆକୁ ଅଣାଯାଇଥିଲା । ଏହି ପବିତ୍ର ଜଳକୁ କଳସରେ ମହିଳାମାନେ ନିଜ ମୁଣ୍ଡରେ ଧରି ବାହାରିଥିଲେ ।
ଏହି ଶୋଭାଯାତ୍ରାରେ ପ୍ରଶାସନିକ ଅଧିକାରୀ ଏବଂ ଲୋକ ପ୍ରତିନିଧି ତଥା ଜନସାଧାରଣ ଉପସ୍ଥିତ ଥିଲେ। ପାରମ୍ପପାରିକ ନାଚ ଗୀତର ତାଳେ ତାଳେ ସମସ୍ତେ ହର୍ଷ ଉଲ୍ଲାସର ସହ ନାଚି ନାଚି ଏହି ସୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ସୋଭାଯାତ୍ରା ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ପାରଂପାରିକ ବାଦ୍ୟର ଶଦ୍ଦରେ ଗୁଞ୍ଜି ଉଠିଥିଲା। ଏଥିସହ ଆତଶବାଜିରେ ମଧ୍ୟ ସହର ପ୍ରକମ୍ପିତ ହୋଇ ଉଠିଥିଲା। ଏକ ବିଶାଳ ଶୋଭାଯାତ୍ରା ମାଲ୍ୟବନ୍ତ ମହୋତ୍ସବର ମୁକ ସାକ୍ଷୀ ହୋଇଥିଲା। ଏହି ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରୁ ବାହାରି ସୁବାଷ ବୋଷ ଛକ, ବାଲିମେଳା ଛକ, ଜିଲ୍ଲାପାଳ କାର୍ଯ୍ୟାଳୟ ଛକ, ଡିଏନକେ ଛକ ହୋଇ ମାଲ୍ୟବନ୍ତ ପଡିଆରେ ପହଞ୍ଚିଥିଲା।
ପ୍ରାୟ ଏହି ଶୋଭାଯାତ୍ରା ମାଲ୍ୟବନ୍ତ ପଡିଆରେ ପହଞ୍ଚିବା ପାଇଁ ପ୍ରାୟ ୫ ଘଣ୍ଟା ଲାଗିଥିଲା। ଶୋଭାଯାତ୍ରାରେ ଢେମସା ନୃତ୍ୟୁ, ଯୋଡି ଶଙ୍ଖ, ସମ୍ବଲପୁରର ଘଣ୍ଟ ବାଜା, ବଣ୍ଡା ନୃତ୍ୟ, କୋୟା ନୃତ୍ୟ, ଡିଜେ ବାଜା, ସ୍ଥାନୀୟ ପାରଂପାରିକ ବାଜାରେ ଲୋକେ ଝୁମିଥିଲେ। ଆଜିର ଏହି କଳସ ଯାତ୍ରାରେ ଜିଲ୍ଲାର ସମସ୍ତ ବ୍ଲକରୁ ଶହ ଶହ ଲୋକ ସାମିଲ ହେବା ପାଇଁ ମାଲକାନଗିରି ପହଞ୍ଚିଥିଲେ। ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଜ ପ୍ରତିଭା ଦେଖାଇଥିଲେ।
ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଏସଡିସିର ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ, ମାଲକାନଗିରି ପୌରାଧ୍ୟକ୍ଷ ମନୋଜ ବାରିକ, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଗୌରୀ ପଡିଆମି, ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ପିଡ଼ି ଡିଆର ଡିଏ ରତ୍ନାକର ସାହୁ, ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ, ପିଏ,ଆଟିଡିଏ ତ୍ରିନାଥ ମାଝି, ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

No Result
View All Result