ନଗର ଜିଲ୍ଲା ସଭାପତି ମଧୁସୂଦନ ସାହୁ, ମୀରା ପରିଡା,ଶୁଭଦ୍ରା ବେହେରା, ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଆସନ୍ତା ୨୦୨୪ ନିର୍ବାଚନ ପାଇଁ କଟକ ସଦରରୁ ସାଂଗଠନିକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେଲା , କଟକ ସଦର ନିର୍ବାଚନ ମଣ୍ଡଳୀରେ ଚନ୍ଦ୍ର ସାରଥୀ ବେହେରା ଅପ୍ରତିଦ୍ୱନ୍ଦୀ ଭାବେ ବହୁ ଭୋଟରେ ବିଜୟୀ ହେବେ ବୋଲି ଦେବାଷିଶ ସାମନ୍ତରାୟ କହିଥିଲେ । ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜେଡ଼ି କୁ ସୁଦୃଢ କରିବା ପାଇଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରୁଛନ୍ତି ।
ପ୍ରତ୍ୟେକ ଜନସାଧାରଣ ଏବଂ ବିଶେଷ କରି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ, ମିଶନ ଶକ୍ତି ଗଠନ କରାଯାଇଛି । ବ୍ୟାଙ୍କ ଜରିଆରେ ବିନା ସୁଧରେ ଏସଏଚଜି ରୁଣ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ପ୍ରତି ମାସରେ ପଞ୍ଚାୟତ ଏବଂ ସିଏମସିର ବିଭିନ୍ନ ୱ।ର୍ଡ଼ରେ ମହିଳା, ଯୁବକ ଏବଂ ସାଧାରଣ ଭୋଟରଙ୍କୁ ନେଇ ସାଙ୍ଗଠନିକ ବୈଠକ କରାଯିବ ବୋଲି କହିଥିଲେ । ଏହି ବୈଠକରେ ବିଭିନ୍ନ ପଞ୍ଚାୟତରରୁ ଆସିଥିବା ସରପଂଚ, କର୍ପୋରେଟର, ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା , ପଞ୍ଚାୟତ ଏବଂ ୱର୍ଡ଼ ସଭାପତିଙ୍କ ସମେତ ସର୍ବାଧିକ ମହିଳା ମାନେ ଯୋଗ ଦେଇଥିଲେ ।

© 2023 Odisha Taza News.