୧୫ ଜାନୁଆରୀ ରବିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ବିକାଶ ଶିକ୍ଷାନୁଷ୍ଠାନ ସମୁହର ପରିସରରେ ଆଜି’ଏକ ଭାରତ ଶ୍ରେଷ୍ଠ ଭାରତ’ ଶିର୍ଷକ ଏକ ବିଜ୍ଞାନ ମେଳା ଓ ଖାଦ୍ୟ ପର୍ବ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ କୃତି ବାସ ରାଉତ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଏଥିରେ ୧୨ ରାଜ୍ୟ ର ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଜ୍ଞାନ, ସାଂସ୍କୃତିକ ବିଭବ ର ଆଦାନ ପ୍ରଦାନ ହେଉଛି ।
ସେହିପରି ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ଖାଦ୍ୟ ଷ୍ଟଲ ରେ ସୁସ୍ବାଦୁ ବିଭିନ୍ନ ପ୍ରାନ୍ତର ଖାଦ୍ୟ ମିଳୁଛି । ଏହାକୁ ବିକାଶ ଆବାସିକ ବିଦ୍ୟାଳୟ ଓ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆୟୋଜନ କରିଛନ୍ତି । ଉତ୍ସବରେ ଶିକ୍ଷାନୁଷ୍ଠାନ ସମୁହର ଅଧ୍ୟକ୍ଷ ଡି ମୂରଲୀ କ୍ରିଷ୍ଣା, ପରିଚାଳନା ନିର୍ଦ୍ଦେଶକ ଭାସ୍କର ରାଓ, ନିର୍ଦ୍ଦେଶକ ଡି ନାଗେଶ୍ଵର ରାଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

© 2023 Odisha Taza News.