ଓଡିଶା ତାଜା ନ୍ୟୁଜ୍ (୯ ଜୁନ୍ ମଙ୍ଗଳବାର) ଯାଜପୁର ଜିଲା ,ବଡଚଣା :- ଯାଜପୁର ଜିଲା ବଡଚଣା ବ୍ଲକ ବାଲିକୁଦା ବଜାର ନିକଟସ୍ଥ କେଲୁଅ ନଦୀରେ ବୁଡି ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବରୀ ବ୍ଲକ ଧାରପୁର ପଞ୍ଚାୟତ ନାଥପୁର ଗ୍ରାମର ବିକାଶ ପଣ୍ଡା । ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଯବାନ ଙ୍କୁ ଶେଷ ଦର୍ଶନ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ଏହି ସମୟରେ ବରୀ ବ୍ଲକ ବିଜୁ ଜନତା ଦଳର ଚାଣକ୍ୟ ତଥା ମାର୍ଗଦର୍ଶକ ବରିଷ୍ଟ ନେତା ଶ୍ରୀ ଦେବେନ୍ଦ୍ର ଦାସ, ବରୀ ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀ କେଦାର ସାମଲ, ବରୀ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଶ୍ରୀ ଅଶୋକ ସାମଲ, ଧାରପୁର ସରପଞ୍ଚ ଶ୍ରୀମତୀ ଟି ରୋଜାଲିନ ଶାନ୍ତି , ବରୀ ବ୍ଲକ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ସଦିଚ୍ଛା ପ୍ରସାଦ ସାମଲ, ଧାରପୁର ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ତୁଷାର ଶାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ଘଟଣାରୁ ଜଣାପଡ଼ିଛି, ସକାଳେ ବିକାଶ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଗଭୀର ପାଣିରେ ବୁଡି ଯାଇଥିଲେ । ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ବିକାଶଙ୍କ ପତ୍ତା ମିଳିପାରି ନ ଥିଲା । ତେବେ ଅପରାହ୍ନରେ ପ୍ରାୟ ୫ କି.ମି.ଦୂର କମ୍ପଗଡ ନିକଟସ୍ଥ ବେଣୀପୁର ପୋଲ ନିକଟରେ ଅଗ୍ନିଶମ କର୍ମଚାରୀମାନେ ବିକାଶଙ୍କ ମୃତଦେହ ଉଦ୍ଧାର କରିଥିଲେ । ବିକାଶ ମାଲାକନଗିରିଠାରେ ବିଏସଏଫରେ କାର୍ଯ୍ୟରତ ଥିଲେ । ଲକ ଡାଉନ ସମୟରେ ସେ ଘରକୁ ଆସି ଫେରି ପାରି ନ ଥିଲେ । (ବରୀ -ରିପୋର୍ଟର – ଅଭିଳାଷ ଦାସ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com