No Result
View All Result
୧୫ ଜାନୁଆରୀ ରବିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ବିଜେପି ନେତା ଓ ମନ୍ତ୍ରୀଙ୍କୁ ଧମକ ପୂର୍ଣ୍ଣ ମେସେଜ ଏବଂ କଲ୍ କରିବା ଅଭିଯୋଗ ରେ ମୁମ୍ବାଇ ପୋଲିସ୍ ଜଣେ ଯୁବକକୁ ଗିରଫ କରିଛି । ଯୁବକ ଜଣକ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ କେ.ଝାଲରସିଂ ଗାଁର ଆଶିଷ ପରିଛା । ଗତ କିଛି ଦିନ ପୂର୍ବରୁ ଯୁବକ ଜଣକ ମୁମ୍ବାଇ ସମେତ ଉତ୍ତର ପ୍ରଦେଶ, ହରିୟଣା ଓ ମହାରାଷ୍ଟ୍ରର ବହୁ ବିଜେପି ନେତା ଓ ମନ୍ତ୍ରୀମାନଙ୍କୁ ସୋସିଆଲ ମିଡ଼ିଆ ମଧ୍ୟମରେ ହତ୍ୟା ଧମକ ପୂର୍ଣ୍ଣ ମେସେଜ ସହ କଲ୍ କରିଥିଲା ।
ଯାହାକୁ ନେଇ ମୁମ୍ବାଇ ବାଙ୍ଗୁରୁ ଲିଙ୍କ ରୋର୍ଡ ଥାନାରେ ଚଳିତ ମାସ ୫ ତାରିଖରେ ଏକ ମାମଲା ରୁଜୁ ହେବା ସହ ସଂପୃକ୍ତ ଯୁବକ ନାମରେ ମୁମ୍ବାଇ ସମେତ ହରିୟାଣା, ଉତ୍ତରପ୍ରଦେଶର ପ୍ରାୟ ୫ ଗୋଟି ଥାନାରେ ଆଇପିସି ଧାରା ୫୦୬)୫୦୭/୪୨୦ ଓ ଆଇଟି ଆକ୍କରେ ମାମଲା ରୁଜୁ ହୋଇଛି । ମୁମ୍ବାଇ ପୋଲିସ୍ ଗତ ୭ ତାରିଖ ଗାଁକୁ ଯାଇ ଯୁବକକୁ ୩ ଦିନ ରଖି ପଚାରା ଉଚରା କରିବା ସହ ଯୁବକ ଠାରୁ ମୋବାଇଲ୍ ଜବତ କରିଛି ।
ଯୁବକକୁ ୧୨ ତାରିଖରେ ପାରଳାଖେମୁଣ୍ଡି ସିଜେଏମ୍ କୋର୍ଟରେ ହାଜର କରି ଅଧିକ ପଚରା ଉଚରା କରିବା ପାଇଁ ମୁମ୍ବାଇ ନେଇଯାଇଛି । ଏହି ବିଷୟ ଖଜୁରିପଦା ଫାଣ୍ଡି ଅଧିକାରୀ D. ଗଜପତି ଦୋରା କହିଲେ ମୁମ୍ବାଇ ଅଞ୍ଚଳର ପୁଲିସ ଆସି କେ,ଝାଲରସିଂ ଗ୍ରାମ ଜଣେ ବ୍ୟକ୍ତି ଜଣକ ବିଜେପି ନେତା ଓ ମନ୍ତ୍ରୀ ମାନଙ୍କୁ ବ୍ୟବେବହାର କରିବା ଅଭିଯୋଗ ଗିରଫ କରି ମୁମ୍ବାଇ ନେଇଯାଇଛନ୍ତି ବୋଲି କହିଥିଲେ ।

No Result
View All Result