ବିଧାୟକ ପ୍ରତିନିଧି ରମେଶ ସ୍ବାଇଁ, କୋରାପୁଟ ସାସଂଦ ପ୍ରତିନିଧି ପି.ରମେଶ ପାତ୍ର, ବିଜେଡି ବ୍ଲକ ଆବାହକ ହେମନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଛି ! ସେହି ପରି ଭାବେ ଯବାନ ମାନଙ୍କୁ ନେଇ ବିଏସଏଫମୁଖ୍ଯ କାର୍ଯାଳୟ ପରିସର ଭିତରେ ବିଏସଏଫ କମାଣ୍ଡେଂଟ ଶ୍ରୀ ଅଜୟ କୁମାର ଉପସ୍ଥିତ ରହି କାଠଗଣ୍ଡି ରେ ନିଆଁ ଲଗାଇଥିବାର ଜଣାପଡିଛି !
ବ୍ଲକରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ ପାରମ୍ପରିକ ରୀତିନୀତିରେ କାଠଗଣ୍ଡି ଜାଳି ଭୋଗୀ ଓ ପୋଙ୍ଗଲ ପର୍ବ ଆରମ୍ଭ କରିଛନ୍ତି । ପ୍ରଥା ଅନୁସାରେ ମକର ସଂକ୍ରାନ୍ତି ପୂର୍ବଦିନ ବିଳମ୍ବିତ ରାତିରେ କାଠଗଣ୍ଡି ଜଳିବାର ପରମ୍ପରା ରହିଛି, ଯାହାକୁ ଭୋଗୀ କୁହାଯାଏ । ଦ୍ୱିତୀୟ ଦିନ ପାଣ୍ଡୁକୁ ନିଜ ପୂର୍ବଜଙ୍କ ପାଇଁ ସମର୍ପିତ କରିଥା’ନ୍ତି ।
ନୂତନ ବସ୍ତ୍ର ପିନ୍ଧି ପୂବର୍ଜଙ୍କୁ ଶ୍ରାଦ୍ଧ ଦେଇଥା’ନ୍ତି । ଏପରିକି କାନୁଗୁ ଓ ମୁକାନୁଗୁରେ ପିଠାପଣା କରି ବନ୍ଧୁବାନ୍ଧବଙ୍କୁ ଡାକି ପର୍ବକୁ ଧୁମ୍ଧାମରେ ପାଳନ କରିଥାନ୍ତି ବୋଲି ତେଲୁଗୁ ସମ୍ପ୍ରଦାୟର ପି.ସୁରେଶ ପାତ୍ର ସୂଚନା ଦେଇଛନ୍ତି । ଏହା ସହ ପ୍ରତିଦିନ ସଂନ୍ଧ୍ଯା ସମୟରେ ବିଭିନ୍ନ ପ୍ରକାର କାର୍ଯ୍ଯକ୍ରମ ରହିଥିବାର ଜଣାପଡିଛି !

© 2023 Odisha Taza News.