ଓଡିଶା ତାଜା ନ୍ୟୁଜ୍ (୯ ଜୁନ୍ ମଙ୍ଗଳବାର) ବରୀ :- ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କସ୍ତୁରବା ମାତୃ ମଙ୍ଗଳ କେନ୍ଦ୍ର ସେଵାଗୃହ ପୁନଃରୁଦ୍ଧାର ନିମନ୍ତେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ବିଧାୟିକା ଆଞ୍ଚଳିକ ଉନ୍ନୟନ ପାଣ୍ଠି ରୁ 4ଲକ୍ଷ ଟଙ୍କା ପ୍ରଦାନ କରି କାର୍ଯ୍ୟାଦେଶ ପାଇଁ ଶିଳାନ୍ୟାସ କଲେ ।
ଏହି ସମୟରେ ବରୀ ବ୍ଲକ ବିଜୁ ଜନତା ଦଳର ଚାଣକ୍ୟ ତଥା ମାର୍ଗଦର୍ଶକ ବରିଷ୍ଟ ନେତା ଶ୍ରୀ ଦେବେନ୍ଦ୍ର ଦାସ, ବରୀ ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀ କେଦାର ସାମଲ, ବରୀ ବ୍ଲକ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ସଦିଚ୍ଛା ପ୍ରସାଦ ସାମଲ,ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି କସ୍ତୁରବା ମାତୃ ମଙ୍ଗଳ କେନ୍ଦ୍ର ସେବା ଗୃହର ପୁନଃରୁଦ୍ଧାର ଦିଗରେ ପଦକ୍ଷେପ ନେଥିବାରୁ ବୁଦ୍ଧିଜୀବି ମହଲରେ ବିଧାୟିକା ଙ୍କୁ ସାଧୁବାଦ ର ସୁଅ ଛୁଟିଛି । (ବରୀ -ରିପୋର୍ଟର – ଅଭିଳାଷ ଦାସ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com