ଫୁଡ୍ ଟ୍ରେଲ୍ ଲୋକମାନଙ୍କୁ ଓଡିଆ ଖାଦ୍ୟର ଏକ ସୁସ୍ୱାଦୁ ଅନୁଭୂତି ଦେଉଛି ଯେଉଁଠାରେ ଲୋକମାନେ ଦହିବରା, ଓଡିଆ ଥାଳି, ବିଭିନ୍ନ ମନ୍ଦିରର ପ୍ରସାଦ, ପିଠା, ଛେନା ଝିଲ୍ଲୀ ଓ ଓଡିଶାର ପ୍ରସିଦ୍ଧ ଜଳଖିଆ ସହିତ ଅନ୍ୟାନ୍ୟ ଲୋକପ୍ରିୟ ତଥା ପାରମ୍ପରିକ ଓଡିଆ ଖାଦ୍ୟର ସ୍ୱାଦ ପାଇପାରିବେ । ସେହିପରି ମ୍ୟୁଜିୟମ ଟ୍ରେଲ୍ରେ ଦର୍ଶକମାନେ ଟ୍ରାଇବାଲ ମ୍ୟୁଜିୟମ ଓ ଷ୍ଟେଟ୍ ମ୍ୟୁଜିୟମ ଅଫ୍ ଭୁବନେଶ୍ୱରକୁ ପରିଦର୍ଶନ କରିପାରିବେ । ନେଚର ଟ୍ରେଲ୍ରେ ଲୋକମାନେ ସହରର ଆଖପାଖ ଅଂଚଳରେ ଥିବା ପ୍ରକୃତିର ଶାନ୍ତ, ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ । ଲୋକମାନେ ଏକାମ୍ରବନ, ଭରତପୁରର ଜଙ୍ଗଲ୍ ସଫାରୀ, ଡେରାସ ଓ ଔଷଧୀୟ ପାର୍କ ଆଦିରେ ଭ୍ରମଣ କରିପାରିବେ ।
ସମସ୍ତ ୩ଟି ବର୍ଗରେ ମୋଟ ୧୦୬ଟି ଏଭଳି ଟ୍ରେଲ୍ ରହିଛି ଯାହା ଆସନ୍ତା ଫେବୃଆରୀ ୧୨ ତାରିଖ ୨୦୨୩ ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ଖୋଲା ରହିବ । ଏହି ଫୁଡ୍, ନେଚର୍ ଓ ମ୍ୟୁଜିୟମ ଟ୍ରେଲ୍ ପାଇଁ ଟିକେଟ୍ ମୂଲ୍ୟ ଖୁବ୍ କମ୍ ରହିଛି । ଆଗ୍ରହୀ ଲୋକମାନେ ଏକାମ୍ର ୱାକ୍ସ ୱେବ୍ସାଇଟ୍ରୁ ବିଭିନ୍ନ ଟ୍ରେଲ୍ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରିପାରିବେ ଏବଂ ନିଜ ପସନ୍ଦର ଟ୍ରେଲ୍ ପାଇଁ ନିଜକୁ ପଞ୍ଜୀକୃତ କରାଇପାରିବେ ।

© 2023 Odisha Taza News.