No Result
View All Result
୧୪ ଜାନୁଆରୀ ଶନିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଡଟ୍ ଫେଷ୍ଟ ରେ ଆୟୋଜିତ ହେଉଥିବାବେଳେ ସିଟି ଟ୍ରେଲ୍ର ଆଜି ଶୁଭାରମ୍ଭ ହୋଇଛି, ଯାହା ଆସନ୍ତା ଫେବୃଆରୀ ୧୨ ତାରିଖ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ । ଭୁବନେଶ୍ୱର ତଥା ଓଡ଼ିଶା ର ପର୍ଯ୍ୟଟନର ବିକାଶ ପାଇଁ ଏହି ସିଟି ଟ୍ରେଲ୍ ମୁଖ୍ୟ ସହାୟକ ହେବ । ଏହା ମୁଖ୍ୟତଃ ୩ଟି ବର୍ଗରେ ବିଭକ୍ତ ହୋଇଛି ଯଥା ଫୁଡ୍ ଟ୍ରେଲ୍, ନେଚର ଟ୍ରେଲ୍ ଓ ମ୍ୟୁଜିୟମ ଟ୍ରେଲ୍ । ଏହି ପଦକ୍ଷେପ ମାଧ୍ୟମରେ ଲୋକମାନଙ୍କୁ ଭୁବନେଶ୍ୱର ସହରର ସଂସ୍କୃତି ଓ ଐତିହ୍ୟର ସାମଗ୍ରିକ ଅନୁଭୂତି ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ଯାହା ସହର ତଥା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ବୃଦ୍ଧି କରିବ ।ଫୁଡ୍ ଟ୍ରେଲ୍ ଲୋକମାନଙ୍କୁ ଓଡିଆ ଖାଦ୍ୟର ଏକ ସୁସ୍ୱାଦୁ ଅନୁଭୂତି ଦେଉଛି ଯେଉଁଠାରେ ଲୋକମାନେ ଦହିବରା, ଓଡିଆ ଥାଳି, ବିଭିନ୍ନ ମନ୍ଦିରର ପ୍ରସାଦ, ପିଠା, ଛେନା ଝିଲ୍ଲୀ ଓ ଓଡିଶାର ପ୍ରସିଦ୍ଧ ଜଳଖିଆ ସହିତ ଅନ୍ୟାନ୍ୟ ଲୋକପ୍ରିୟ ତଥା ପାରମ୍ପରିକ ଓଡିଆ ଖାଦ୍ୟର ସ୍ୱାଦ ପାଇପାରିବେ । ସେହିପରି ମ୍ୟୁଜିୟମ ଟ୍ରେଲ୍ରେ ଦର୍ଶକମାନେ ଟ୍ରାଇବାଲ ମ୍ୟୁଜିୟମ ଓ ଷ୍ଟେଟ୍ ମ୍ୟୁଜିୟମ ଅଫ୍ ଭୁବନେଶ୍ୱରକୁ ପରିଦର୍ଶନ କରିପାରିବେ । ନେଚର ଟ୍ରେଲ୍ରେ ଲୋକମାନେ ସହରର ଆଖପାଖ ଅଂଚଳରେ ଥିବା ପ୍ରକୃତିର ଶାନ୍ତ, ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ । ଲୋକମାନେ ଏକାମ୍ରବନ, ଭରତପୁରର ଜଙ୍ଗଲ୍ ସଫାରୀ, ଡେରାସ ଓ ଔଷଧୀୟ ପାର୍କ ଆଦିରେ ଭ୍ରମଣ କରିପାରିବେ ।ସମସ୍ତ ୩ଟି ବର୍ଗରେ ମୋଟ ୧୦୬ଟି ଏଭଳି ଟ୍ରେଲ୍ ରହିଛି ଯାହା ଆସନ୍ତା ଫେବୃଆରୀ ୧୨ ତାରିଖ ୨୦୨୩ ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ଖୋଲା ରହିବ । ଏହି ଫୁଡ୍, ନେଚର୍ ଓ ମ୍ୟୁଜିୟମ ଟ୍ରେଲ୍ ପାଇଁ ଟିକେଟ୍ ମୂଲ୍ୟ ଖୁବ୍ କମ୍ ରହିଛି । ଆଗ୍ରହୀ ଲୋକମାନେ ଏକାମ୍ର ୱାକ୍ସ ୱେବ୍ସାଇଟ୍ରୁ ବିଭିନ୍ନ ଟ୍ରେଲ୍ ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରିପାରିବେ ଏବଂ ନିଜ ପସନ୍ଦର ଟ୍ରେଲ୍ ପାଇଁ ନିଜକୁ ପଞ୍ଜୀକୃତ କରାଇପାରିବେ ।
No Result
View All Result