୧୪ ଜାନୁଆରୀ ଶନିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ ଚାଲିଥିବା ୨୭ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଆଜି ପୋଲ ବି ର ସେମିଫାଇନାଲ ମ୍ୟାଚ ୟୁନିଅନ ସ୍ପୋଟିଙ୍ଗ କଟକ ଓ ଛତିଶଗଡ଼ ଫରେଷ୍ଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କଟକ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଧାରିତ ୩୫ ଓଭରରେ ୯ ୱିକେଟ୍ ବିନିମୟ ୨୫୧ ରନ୍ ସଂଗ୍ରହ କରିଥିଲେ। କଟକ ଦଳ ତରଫରୁ ଲିଲାଧର ପ୍ରଧାନ ୫୬(୬୬), ପଙ୍କଜ ସେନାପତି ୫୦(୪୪) ଓ ବିନାୟକ ସାହୁ ୪୪(୨୪)ରନ କରିଥିଲେ।ଏହାର ଜବାବରେ ଫରେଷ୍ଟ ଦଳ ମାତ୍ର ୨୫ ଓଭରରେ ୪ ୱିକେଟ୍ ବିନିମୟ ୨୫୧ରନ କରି ସେମିଫାଇନାଲ ରେ ବିଜୟୀ ହୋଇ ଦ୍ବୀତୀୟ ଦଳ ଭାବରେ ଫାଇନାଲ କୁ ପ୍ରବେଶ କରିଛି । କଟକ ଦଳ ତରଫରୁ ଲଗାତାର ୨ ଟି ଶତକ ମଧ୍ୟରେ ଶଶାଙ୍କ ଚନ୍ଦ୍ରାକର ମାତ୍ର ୭୦ ବଲରେ ୧୩୫ ରନ କରିଥିଲେ। ଆଜି ସେମିଫାଇନାଲ ମ୍ୟାଚ୍ ର ଉଦଯାପନୀ ସନ୍ଧ୍ୟା ଅବସରରେ ପଦ୍ମପୁର ବସ ମାଲିକ ସଂଘ ସଭାପତି ମନରଞ୍ଜନ ସିଂ ବରିହା ଓ ସମ୍ପାଦକ ଏସ କେ ସମିଉଲ୍ ହୁସେନ ଯୋଗଦେଇ ମେନ୍ ଅଫ୍ ଦି ମ୍ୟାଚ ଭାବରେ ଫରେଷ୍ଟ ଦଳର ଶଶାଙ୍କ ଚନ୍ଦ୍ରାକର କୁ ପୁରସ୍କୃତ କରିଥିଲେ । ଆଜି ସେମିଫାଇନାଲ ର ମ୍ୟାଚ କୁ ଅମ୍ପାୟାର ବଳରାମ ପଟ୍ଟନାୟକ ଓ ଅମିୟ ଭୂଷଣ ସାହୁ ପରିଚାଳନା କରିଥିବା ବେଳେ ସ୍କୋରର ଭାବରେ ଅମରେଶ ବେହେରା ଓ ରିଙ୍କୁ ସିଂହ ପରିଚାଳନା କରୁଥିଲେ। ଆସନ୍ତା କାଲି ରବିବାର ବୋରା ସମ୍ବର କପ୍ କ୍ରିକେଟ ର ୨୭ ତମ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ପୋଲ ଏ ରେ ଏନ ଏସ ଏସ ଆଲାହାବାଦ ଓ ପୋଲ ବି ରେ ଫରେଷ୍ଟ ଛତିଶଗଡ଼ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ ।