୧୪ ଜାନୁଆରୀ ଶନିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ସମୁଦ୍ର କୂଳ ସ୍ଥିତ ରୁମାନୀ ହୋଟେଲ ସମ୍ମିଳନୀ କକ୍ଷ ପରିସରରେ ଶ୍ରୀରାମ ସୁନ୍ଦରକଣ୍ଡ ଚାରିଟେବୁଲ ଟ୍ରଷ୍ଟ ଏବଂ ଗୋବିନ୍ଦ ଗୋଧାମ ଗୋଶାଳା ତରଫରୁ ଆୟୋଜିତ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଉଦଯାପନୀ ଉତ୍ସବରେ ଉତ୍ତରା କାଣ୍ଡ ପାଠ କରାଯାଇ ରାଜାଭିଷେକ, କଳିଯୁଗ ର ରୀତିନୀତି ବର୍ଣ୍ଣନା କରାଯାଇଥିଲା | ଗୋରୁଆଳ ଗ୍ରାମ ନିକଟ ଆଳିପଡ଼ା ଗ୍ରାମ ସ୍ଥିତ ଟ୍ରଷ୍ଟର ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଉତ୍ତର ପ୍ରଦେଶର ଚିତ୍ରକୂଟର ତୁଳସୀ ପିଠାଧୀଶ୍ୱର ଜଗତଗୁରୁ ପଦ୍ମ ବିଭୂଷଣ ରାମ ଭଦ୍ରାଚାର୍ଯ୍ୟ ମହାରାଜ ଜୀ ଙ୍କ ୭୪ ତମ ଜନ୍ମ୍ମୋତ୍ସବ ପାଳିନ କରାଯାଇଥିଲା |ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପନୀ ତଥା ଜଗତଗୁରୁ ଜୀ ଙ୍କ ଜନ୍ମ୍ମୋତ୍ସବ ଅବସରରେ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ହୋମ ଯଜ୍ଞ କରାଯିବା ସହିତ ଗୋବିନ୍ଦ ଗୋଧାମ ଗୋଶାଳାର ଓଡିଶା ବିଭିନ୍ନ ସ୍ଥାନରେ ଥିବା ୯ ଗୋଟି ଶାଖାର ଗୋଭକ୍ତ ପ୍ରତିନିଧି ମାନେ ଗୋଧୂଳି ସନ୍ଧ୍ୟା ସମୟରେ ଗୋମାତାଙ୍କ ପୂଜନ କରିଥିଲେ | ଏହି ଅବସରରେ ଟ୍ରଷ୍ଟ ତରଫରୁ ସ୍ଥାନୀୟ ଗ୍ରାମ ବାସୀ ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା | ତେଲେଙ୍ଗାନା ନିଜାମାବାଦର ଆନ୍ତର୍ଜାତୀୟ ରାମ ଚରିତ ମାନସ ପାଠକ ସୁରେଶ ସାରଡା , ସରତ ସାରଡା ଙ୍କ ସୁମଧୁର କଣ୍ଠରେ ଉତ୍ତର କାଣ୍ଡ ପାଠ କରିଥିଲେ | ଉଭୟ ଉତ୍ସବକୁ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଏବଂ ଟ୍ରଷ୍ଟର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ |