No Result
View All Result
୧୪ ଜାନୁଆରୀ ଶନିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନମ୍ବର ୱାର୍ଡରେ ଚାଲିଥିବା ଉପନିର୍ବାଚନରେ ବିଜେଡି ତାର ସ୍ଥିତି ବଜାୟ ରଖିଥିବା ଜଣାପଡ଼ିଛି । ବିବରଣୀରୁ ପ୍ରକାଶ ଯେ ଉକ୍ତ ନିର୍ବାଚନରେ, ବିଜେଡିରୁ ସିଦ୍ଧେଶ୍ୱରି ନାୟକ ୬୫, ସ୍ୱାଧୀନ ପ୍ରାର୍ଥୀ ରାକ୍ଷେଲ ନାୟକ ୫୩,
କଂଗ୍ରେସ ପ୍ରାର୍ଥୀ କୁଞ୍ଜ ବିହାରି ନାୟକ ୧୪ ଓ ବିଜେପି ପ୍ରାର୍ଥୀ ସୁଜାତା ନାୟକ ୧ଟି ଭୋଟ ପାଇଥିବା ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଠାରୁ ୧୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀନୀ ସିଦ୍ଧେଶ୍ୱରି ନାୟକ ବିଜୟୀ ହୋଇ ସ୍ଥିତି ବଜାୟ ରଖିଥିବା ଜଣାପଡ଼ିଛି ।

No Result
View All Result