No Result
View All Result
ଚିଲିକାରେ ଡ଼ଙ୍ଗା ଫସିଲା,ଦୁଇଘଣ୍ଟା ପାଇଁ ଡ଼ଙ୍ଗା ଚଳାଚଳ ବନ୍ଦ l
ମା ‘କାଳିଜାଈଙ୍କ ପୀଠରେ ମକର ମେଳା
୧୪ ଜାନୁଆରୀ ଶନିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ପବିତ୍ର ମକର ସଂକ୍ରାନ୍ତି ଅବସରରେ ଚିଲିକାର ଅଧିଷ୍ଠାତ୍ରୀ ଆରାଧ୍ୟଦେବୀ ମା ‘କାଳିଜାଇଙ୍କ ପୀଠରେ ପ୍ରତିବର୍ଷ ଭଳି ଚଳିତବର୍ଷ ଧୁମ ଧାମରେ ପାରମ୍ପପାରିକ ମକର ମେଳା ଅନୁଷ୍ଠିତ ହୋଇ ଯାଇଛି lସକାଳୁ ମାଆଙ୍କର ମଙ୍ଗଳ ଆରତୀ,ନୀତିକାନ୍ତ ସଂପର୍ଣ ପରେ ପାରମ୍ପପାରିକ ରୀତିନୀତି ଅନୁଯାଇ ମଧ୍ୟାହ୍ନରେ କାଳିଜାଈଙ୍କର ମୁଖ୍ୟ ସେବକ ତଥା ପାରିକୁଦ ଯୁବରାଜ ସନ୍ତୋଷ କୁମାର ମାନସିଂହ ଏକ ସୁସଜ୍ଜିତ ଡଙ୍ଗlରେ ପାରିକୁଦ ଗଡ଼ ରାଜପ୍ରସାଦରୁ ବାହାରି ମା ‘ଙ୍କ ପୀଠରେ ପହଞ୍ଚିଥିଲେ l
ଏହା ପରେ ରାଜକୀୟ ପରମ୍ପରାନୁକ୍ରମେ ଢୋଲ,ଭେରୀ,ତୁରୀ,ମହୁରୀ କାହାଳୀ ଆଦି ଧ୍ଵନିରେ ତାଙ୍କୁ ମନ୍ଦିର ମଧ୍ୟକୁ ପାଛୋଟି ନିଆଯାଇଥିଲା l ଯୁବରାଜ ମା ‘ଙ୍କପୀଠରେ ପରମ୍ପରା ଅନୁଯାୟୀ ଛେରା,ପହଁରା କରିବା ସହ ପୂଜାର୍ଚ୍ଚନା କରିଥିଲେ l ଏହି ଅବସରରେ ଉପସ୍ଥିତ ସହସ୍ରାଧିକ ମସ୍ଚ୍ୟଜିଵୀ ମା ‘କାଳିଜାଇଙ୍କ ଆଶୀର୍ବାଦ କାମନା କରି ନିଜ ନିଜ ଡଙ୍ଗାରେ ବିଜୟ ବାନା ଉଡାଇଥିଲେ l ବିପଦ ଆପଦ ବେଳେ ଚିଲିକା ମଧ୍ୟ୍ୟରେ ମା ‘ଏକମାତ୍ର ସlହାଭରସା ବୋଲି ମସ୍ଚ୍ୟଜିବୀଙ୍କ ମଧ୍ୟରେ ଅଗାଢ ବିଶ୍ୱାସ କାହିଁ କେଉଁ କାଳରୁ ରହିଛି l
ଏହି ମେଳାକୁ ଦେଖିବା ନିମନ୍ତେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟି ଥାଏ l ବିଶେଷକରି ପାରିକୁଦ,ବାଲୁଗାଁ,ବଡ଼କୁଳରୁ ଅଧିକାଂଶ ପର୍ଯ୍ୟଟକମାନେ ଡ଼ଙ୍ଗା ସାହାଯ୍ୟରେ ଦର୍ଶନ ପାଇଁ ଆସିଥାନ୍ତି l ବିଡମ୍ବନାର ବିଷୟ ଆଜି ସକାଳୁ ଚିଲିକା ଭିତରେ କୁହୁଡାର ଚାଦର ବିଛେଇ ହୋଇ ଯାଇଥିଲା l କୃଷ୍ଣପ୍ରସାଦ ଗଡ଼ରୁ ଏକ ଡଙ୍ଗାରେ 20 ଜଣ ଯାତ୍ରୀ ଆସୁଥିବାବେଳେ କୁହୁଡାର ଚାଦର ଭେଦ କରି ନପାରି ଚିଲିକା ଭିତରେ ଫସି ରହିଥିଲା l
ଫସିବା ଖବର ସଙ୍ଗେ ସଙ୍ଗେ ପ୍ରଚାର ହେବାପରେ ବାଲୁଗାଁ,ବଡ଼କୁଳ ଜେଟିରୁ 3 ଟି ମୋଟର ବୋଟ ଆସୋସିଏନର ଥିବା ସମସ୍ତ ଯାତ୍ରୀବାହୀ ଡ଼ଙ୍ଗାକୁ ଦିନ 10 ଟା ରୁ 12 ଟା ପର୍ଯ୍ୟନ୍ତ (ଦୁଇ ଘଣ୍ଟା ) କାଳ ବାଲୁଗାଁ ପୋଲିସ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା l ସେହି ସମୟରେ ବାଲୁଗାଁ, ବଡ଼କୁଳ ଜେଟିରେ ହଜାର ହଜାର ଲୋକଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା l ପରବର୍ତୀ ସମୟରେ କୁହୁଡା ଆସ୍ତାର ହଟିବା ପରେ ଡ଼ଙ୍ଗା ଚଳା ଚଳ ସ୍ୱାଭାବିକ ହୋଇଥିଲା l ମାଁ କାଳିଜାଇ ମୋଟର ବୋଟ ଆସୋସିଏସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l
ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ତାକୁ କଡା କଡ଼ି କରାଯାଇଥିଲା l ପ୍ରଶାସନ ତରଫରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଡlକଵାଜି ଯନ୍ତ୍ର ଦ୍ୱାରା ଡ଼ଙ୍ଗା ରେ ବସିବା ପୂର୍ବରୁ ଲାଇଫ ଜ୍ୟାକେଟ ପିନ୍ଧିବା ସହ ଡ଼ଙ୍ଗାର ରେଜିଷ୍ଟ୍ରେସନ ଓ ଚାଳକର ଲାଇସେନ୍ସ ଦେଖି ଡଙ୍ଗାରେ ଯାତାୟାତ କରନ୍ତୁ ବୋଲି କୁହାଯାଇଥିଲା l
ଏଥି ସହ ବାଲୁଗାଁ ଅଗ୍ନିଶମ କର୍ମଚାରୀ ଅଘଟଣ କୁ ଏଡାଇବା ପାଇଁ ଦିନ ତମାମ ଚିଲିକା ଜଳରାଶିରେ ପଇଁତରା ମାରିବାର ଦେଖିବାକୁ ମିଳିଥିଲା l ଏତଦ ବ୍ୟତୀତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସ୍ଵେଛାସେବୀ ସଙ୍ଘଠନ ତରଫରୁ ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ ଓ ଅନ୍ୟାନ୍ୟ ସେବା ଯୋଗେଇ ଦିଆଯାଇଥିଲା l
ସେହିପରି ମକର ମେଳା ଉପଲକ୍ଷେ ମାଁ ମେଘାମ୍ବରୀ ପୀଠ, ମାଁ ବିରିଜାଈ ପୀଠ, ମାଁ ଡୋମଣୀ ଦେବୀ ପୀଠ ଉତ୍ସବ ମୂଖର ହୋଇଉଠିଥିଲା l ଏହି ସବୁ ପୀଠମାନଙ୍କରେ ଛୋଟ ଛୋଟ ଦୋକାନ ବଜାର ସହ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିଥିଲା l ଏହି କାର୍ଯ୍ୟକ୍ରମକୁ ସହ ସହ ଶ୍ରଦ୍ଧାଳୁ ଉପଭୋଗ କରିଥିଲେ l

No Result
View All Result