୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) କୋରାଇ :- କୋରାଇ ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ପୂର୍ବକୋଟ ହାଟପଡିଆରେ ଆଜି ଅପରାହ୍ଣରେ ବିଜେଡିର ୨୫ବର୍ଷ ପୂର୍ତି ତଥା ୨୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ସଭା କୋରାଇ ବ୍ଲକ ବିଜେଡି ସଭାପତି ଭକ୍ତବତ୍ସଳ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବେଳେ ମଧୁସ୍ମିତା ବାରିକ ସଂଚାଳନା କରିଥିଲେ । ମୁଖ୍ୟଅତିଥି ଭାବେ କୋରାଇର ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ବିଜୁ ଜନତା ଦଳ ଏକ ସାମୁହିକ ଅନୁଷ୍ଠାନ, ଆମେ ନେତା ନୁହେଁ ସେବକ ବୋଲି କହିବା ସହ ଅଂଚଳର ଶିକ୍ଷା,ସ୍ୱାସ୍ଥ୍ୟ , କୃଷି, ଗମନାଗମନ, ପାନୀୟ ଜଳ ଭଳି ମୌଳିକ ସୁବଧା ଯୋଗଇ ଦେବାର ସର୍ବଦା ଚେଷ୍ଟିତ ରହିଛୁ ବୋଲି କହିଥିଲେ ।
ସମ୍ମାନିତ ଅତିଥିଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଯୋଗଦେଇ ବିଜୁ ଜନତା ଦଳ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ହୋଇଥିଲା ବେଳେ ସେ ସର୍ବଦା ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇଆସୁଥିବାରୁ ତାଙ୍କ ସୁପୁତ୍ର ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମାଆ ମାନଙ୍କୁ ସାବଲମ୍ବି କରିବା ପାଇଁ ମିଶନ ଶକ୍ତି ଗଠନ କରଛନ୍ତି । ତାହାରି ମାଧ୍ୟମରେ ମହିଳାମାନଙ୍କୁ ଆର୍ôଥକ ପ୍ରୋତ୍ସାହନ ଯୋଗାଇ ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ସାଂସଦ ଶ୍ରୀମତୀ ସେଠୀ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ ।
ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟକୁ ମହିଳା କ୍ରିକେଟରେ ପ୍ରତିନିଧିତ୍ୱ କରୁଥିବା କୋରାଇ ଅଂଚଳର ସୁଚିସ୍ମିତା ପଣ୍ଡା ଓ କଳା କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଶୁଭଶ୍ରୀ ମାଝିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, କୋରଇ ପାଂୟତ ସମିତି ଅଧ୍ୟକ୍ଷା ଜୟନ୍ତୀ ଦଳାଇ, ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାଶ, ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ବିଧାୟକ ପ୍ରତିନିଧି ତାରକେଶ୍ୱର ମହାନ୍ତି, ପୂର୍ବତନ କୋରାଇ ବ୍ଲକ ଅଧ୍ୟକ୍ଷ ଭିକାରୀ ଚରଣ ବରାଳ,
ଜିଲା ବିଜେଡି ମହିଳା ସଭାନେତ୍ରୀ ସବିତା ରାଉତ, ଜିଲା ବିଜେଡି ସାଧାରଣ ସଂପାଦକ ଅଭୟ ପତି, ଜିଲାଯୁବବିଜେଡି ସଭାପତି ପ୍ରତାପକୁମାର ମହାନ୍ତି,ସଂଘମିତ୍ରା ଜେନା, ସବିତା ବେହେରା, ଇନ୍ଦିରା ମାହାନ୍ତି, ଏକ ନମ୍ବର ଜିଲା ପରିଷଦ ସଭ୍ୟା ସସ୍ମିତା ତରାଇ, ଦୁଇ ନମ୍ବର ଜୋନ ସଭ୍ୟ ଉମାକାନ୍ତ ମାଝୀ, ଜିଲା ଯୁବବିଜେଡି ଉପସଭାପତି ରାକେଶ କୁମାର ମହାନ୍ତି, ସରପଂଚ ସାରଙ୍ଗଧର ପ୍ରଧାନ, ସନ୍ତୋଷ କୁମାର ସ୍ୱାଇଁ, ରାଜେନ୍ଦ୍ର କୁମାର ରାଉତରାୟ, ଗୌରୀଶଙ୍କର ମହାପାତ୍ର, ସୁନୀତା ଆଏଚ, ରଞ୍ଜନ କୁମାର ଦାସ, ଅନୀଲ କୁମାର ମହାପାତ୍ର , ମଧୁସ୍ମିତା ବାରିକ, ଗୀତାଞ୍ଜଳି ସେଠୀ, ନିରୁପମା ମଳିକ,ମାମୁନୀ ମହାନ୍ତି, ପଦ୍ମାପତୀ ପଣ୍ଡା, ପଙ୍କଜିନୀ ସାହୂୁ, ଜୟନ୍ତ ନାୟକ, ମନୋଜକୁମାର ପରିଡା, ସୌଭାଗ୍ୟକୁମାର ମହାନ୍ତି,
ସନ୍ତୋଷକୁମାର ବେହେରା, ସୂର୍ଯ୍ୟମଣି ପଣ୍ଡା, ପ୍ରିୟଙ୍କା ବରାଳ, ରୁନୁଭୂୟାଁ, କପିଳେନ୍ଦ୍ର ମହାନ୍ତି, ସୁଧାଂଶୁ ଶେଖର ବରାଳ, ବବିତା ନାୟକ କୁଶ ମୁଣ୍ଡା ସିତୁକୁମାର ଜେନା, ଉଦୟନାଥ ନାୟକ, ସର୍ବେଶ୍ୱର ସାହୁ, ସଞ୍ଜୟ କୁମାର ପ୍ରଧାନ, ପ୍ରକାଶ ନାୟକ, ଅଞ୍ଜନ କୁମାର ନାୟକ, ଶତ୍ରୁଘ୍ନ ଦାସ ଗଣେଶ୍ୱର ଦାସଙ୍କ ସମେତ କୋରାଇ ବ୍ଲକର ୨୮ପାଂଚାୟତ, ରସୁଲପୁର ବ୍ଲକର ୯ପାଂଚାୟତ ଓ ବ୍ୟାସନଗର ପୌରାଂଚଳରୁ ବହୁସଂଖ୍ୟାରେ ମହିଳା ଯୋଗଦାନ ଦେଇଥିଲା ବଳେ ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ସମର୍ଥକଙ୍କ ସମେତ ସମିତି ସଭ୍ୟ/ସଭ୍ୟା, ସରପଂଚ, କାଉନସିଲର, ବରିଷ୍ଠ ନେତା, ଯୁବ, ଛାତ୍ର, ମହିଳା ତଥା ଦଳୀୟ କର୍ମୀ ଯୋଗ ଦେଇଥିଲେ । ଶେଷରେ ପ୍ରତାପକୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

© 2023 Odisha Taza News.