No Result
View All Result
ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦେଶକ୍ରମେ ଏବଂ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନାଙ୍କ ତତ୍ୱାବଧାନରେ ଏସଆଇ କେଶବ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥାନରେ ଚଢ଼ାଉ କରି ୨୫ ବସ୍ତା (୩୯୨ ଲିଟର) ଦେଶୀ ମଦ ଜବତ ଜବତ କରିଛି ।
୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ନାଚୁଣୀ ପୋଲିସ :- ଆଜି ବଡ ସଫଳତା ସ୍ଵରୂପ ପୋଲିସ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରୁ ଅଲଗା ହୋଇ ନାଚୁଣୀ ଏକ ସ୍ୱତନ୍ତ୍ର ଥାନା ହୋଇଥିବା ବେଳେ ଆଇଆଇସି ଚନ୍ଦ୍ରଶେଖର ଜେନା ଙ୍କ ତତ୍ୱାବଧାନରେ ଅପରାଧୀଙ୍କୁ ଧରିବା ପାଇଁ ଜାଲ ବିଛାଉଛି ପୋଲିସ । ସୂଚନା ମୁତାବକ ଘାଷେଡିହ ଗ୍ରାମର ଅଭିଯୁକ୍ତ ଶେଖ କୁରବାନଙ୍କ ଘରେ ପଛପଟେ ଦେଶୀ ମଦ କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ ।
ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦେଶକ୍ରମେ ଏବଂ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନାଙ୍କ ତତ୍ୱାବଧାନରେ ଏସଆଇ କେଶବ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥାନରେ ଚଢ଼ାଉ କରି ୨୫ ବସ୍ତା (୩୯୨ ଲିଟର) ଦେଶୀ ମଦ ଜବତ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ ନମ୍ବର ୭/୨୩ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଜଣାପଡିଛି ।

No Result
View All Result