ଯିଏ ଏଠାକୁ ଆସୁଛି ଏଠାରେ କିଛି ସମୟ ଏହାର ପରିବେଶରେ ନିଜକୁ ହଜାଇ ଦେଇଛି । ଝରଣା ର ସ୍ୱଚ୍ଛ ଜଳ ଗଛଲତାର ସବୁଜମା, ପଥର ମୟ ପାହାଡ଼ର ଅପରୂପ ଶୋଭା ମନକୁ ଆନମନା କରିବାରେ କିଛି କମ୍ ନୁହେଁ । ଶୀତୁଆ ସକାଳରେ ଏଠାରେ ଥିବା ଜଳ କୁଣ୍ଡରେ ଗାଧୋଇବା ମଜା ଅତୀବ ନିଆରା ହୋଇଥିବା ବେଳେ ।
ପର୍ଯ୍ୟଟନ ରୁତୁରେ ଏଠାରେ ପିକନିକ କରିବା ପ୍ରକୃତରେ ଆନନ୍ଦଦାୟକ । ତେବେ ଆଜି ବି ଏହି ଜଳପ୍ରପାତ ଲୋକଲୋଚନର ଆଢ଼ୁଆଳରେ ଲୁଚି ରହିଛି । ଏଠାକୁ ଗମନାଗମନ ବ୍ୟବସ୍ଥା କରିବା ପାଇଁ ରାସ୍ତା ନିର୍ମାଣ ସହ ପର୍ଯ୍ୟଟନ ବିଭାଗ ଏହାର ବିକାଶ ପ୍ରଚାର ପ୍ରାସାର କଲେ ପ୍ରକୃତି ପ୍ରେମୀଙ୍କ ସୁଅ ଛୁଟିବା ଆଶା କରାଯାଉଛି ।

© 2023 Odisha Taza News.