ଓଡିଶା ତାଜା ନ୍ୟୁଜ୍ (୯ ଜୁନ୍ ମଙ୍ଗଳବାର) ନିଶ୍ଚନ୍ତ କୋଇଲି :- କଟକ ଜିଲ୍ଲା ନିଶ୍ଚନ୍ତ କୋଇଲି ଥାନା ଅସୁରେଶ୍ୱର ଲୁଣା ନଦୀକୁ ଗାଧୋଇବାକୁ ଯାଇ ପାଣି ସ୍ରୋତ ରେ ଭାସି ଯାଇ ମାହାଙ୍ଗା ଥାନା ଦୁଲାରପୁର ଗ୍ରାମର ଦୁଇ ଯୁବକ ପ୍ରାଣ ହରାଇଛନ୍ତି, ଖବର ଅନୁଯାଇ ମାହାଙ୍ଗା ଗୋପାଳ ପୁର ପଂଚାୟତ ଦୁଲାର ପୁର ଗ୍ରାମର ଦୁଇ ବନ୍ଧୁ ଜିତେନ୍ଦ୍ର ପାଳ ଲିଟୁ ସମାଲ ଆଜି ଅପରାହ୍ନରେ ଗାଧେଇବା ପାଇଁ ନିକଟସ୍ଥ ଅସୁରେଶ୍ୱର ଲୁଣା ନଦୀକୁ ଯାଇଥିଲେ,
ଦୁଇ ସଙ୍ଗ ଗାଧୋଉ ଥିବାବେଳେ ଜଣେ ସାଙ୍ଗ ପାଣି ସ୍ରୋତରେ ଭାସି ଯାଇଥିଲା, ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ସାଙ୍ଗ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ, ବୁଡ଼ି ଯାଉଥିବାନେଇ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ, ସେଠାରେ ଅଗ୍ନିଶମ କର୍ମଚାରୀ ପହଂଚି ପାଣିଭିତରୁ ଖୋଜାଖୋଜି କାରି ଦୁହିଁଙ୍କୁ ଉଦ୍ଧାର କରିବାସହ ନିଶ୍ଚନ୍ତକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ, ଏହି ଘଟଣା ପ୍ରଘଟ ହେବାପରେ ମାହାଙ୍ଗା ଦୁଲାର ପୁରରେ ଶୋକର ବାତାବରଣ ଛାଇଯାଇଛି, (ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆଙ୍କ / ମାହାଙ୍ଗା)