୧୩ ଜାନୁଆରୀ ଶୁକ୍ରବାର୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ନୁଆଗଡ ବ୍ଳକର ଖଜୁରିପଦା ଗ୍ରାମର ବାବାସାହେବ ଆମ୍ବେଦକ ଉର୍ଚ ମାଧ୍ୟମିକ ବିଦ୍ୟାଳୟ ବ୍ଳକ ସ୍ତରିୟ ରୁଷିଶୃଙ୍ଗ ମହୋତ୍ସବ ଆରମ୍ଭ ହୋଇଥିଲା । ଶ୍ରୀମମନ୍ତୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,
ସମ୍ମାନିତ ଅତିଥୀ ବିଜେଡି ଜିଲ୍ଲା ସଭାପତି ପ୍ରତିପ ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଏସ୍. ଡି ସି ଅଧ୍ୟକ୍ଷ ମରିୟମ ରଇତ, ଅନ୍ତରଜାମି ଗମାଙ୍ଗ, ସ୍ଥାନୀୟ ବ୍ଳକ ଅଧ୍ୟକ୍ଷା ମାଳତି ପ୍ରାଧାନ, ଉପାଧ୍ୟକ୍ଷ ନିହିମିୟ ରଇତ, ସାଂସଦ ପ୍ରତିନିଧି ଜଗବନ୍ଧୁ ଦାସ, ବିଡିଓ ଲାବଣ୍ୟେନ୍ଦୁ ମାହାନ୍ତି, ତହସିଲିଦାର କୁରେଶ ଚନ୍ଦ୍ର ଜାନି ଓ ପୂର୍ବତନ ଜିଲାପରିଷଦ ସଭ୍ୟ ଜେମେସ ରାଇକା ପ୍ରମୁଖ ଯୋଗ ଦେଇଥିଲେ ।
ଓଡିଶା ଏକ ମଡେଲ ରାଜ୍ୟ ଭାବେ ଉଭା ହୋଇଛି । ସାଢେ ୪ କୋଟି ଓଡିଆଙ୍କ ବିଶ୍ବାସ ଭାଜନ ପାଲଟିଥିବା ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିକାଶ କିର୍ଯ୍ୟ ଆଗେଇ ଚାଲିଛି ବୋଲି ଶ୍ରମ ମନ୍ତୀ କହିଥିଲେ । ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ସ୍ମରଣ କରି ଓଡିଶା ମାଟି ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିବା ସହ ମହାରାଜାଙ୍କ ବିଚାର ଧାରା ଜନମାନସର ଉନ୍ନତି ସକାଶେ ଉଦ୍ଧିଷ୍ଟ ଥିଲା ।
ସେହି ମହାପୁରୁଷଙ୍କ ମାଟିକୁ ସ୍ବର୍ଗତ ବିଜୁ ପଟ୍ଟନାୟକ ସମ୍ମାନ ଦେଇ ପାରଳାଖେମୁଣ୍ଡି ଉପଖଣ୍ଡକୁ ଗଜପତି ଜିଲ୍ଲାରେ କଳା ଓ ସଂସ୍କୃତି ଭରପୁର ରହିଛି ବୋଲି ଶ୍ରମମନ୍ତୀ କହିଥିଲେ । ସଭା କାର୍ଯ୍ୟକ୍ରମ ପରେ ଅତିଥୀଙ୍କ ଦ୍ବାରା ବ୍ଳକସ୍ତରିୟ କ୍ରିଡା ପ୍ରତିଯୋଗିତାରରେ କୃତିତ୍ବ ପୁରସ୍କତ କରିଥିଲେ । ଖୋଲା ଯାଇଥିବା ୨୦ଟି ବିଭିନ୍ନ ଷ୍ଟଲ ଅତିଥି ପରିଦର୍ଶନ କରିଥିଲେ ।

© 2023 Odisha Taza News.