ଓଡିଶା ତାଜା ନ୍ୟୁଜ୍ (୯ ଜୁନ୍ ମଙ୍ଗଳବାର) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସାରା ବିଶ୍ୱରେ ଲାଗିରହିଥିବା କରନା ଭାଇରସ ଯୋଗୁ ଅଟକି ରହିଥିବା ଓଡ଼ିଆ ଲୋକଙ୍କୁ କେମିତି ଫେରେଇ ଆଣିବେ ଚେଷ୍ଟା ଜାରିରଖିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁର, ଜୟପୁର, କୋରାପୁଟ ର ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଦାଦନ ଖଟୁଥିବା ଶ୍ରମିକ ମାନଙ୍କୁ ଚେନାଇ,
କୋଇମତୁରୁ, ଆନ୍ଦ୍ର, ତେଲେଙ୍ଗାନା,କର୍ଣ୍ଣାଟକ ବିଭିନ୍ନ ରାଜ୍ୟ ରୁ ନିଜସ୍ୱ ଚେଷ୍ଟା ରେ ଫେରାଇ ଅଣୁଛନ୍ତି ଶ୍ରୀଯୁକ୍ତ ମାଝୀ । ଯେତେବେଳେ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆ ମାନଙ୍କୁ ଫେରାଇ ଆଣିବାରେ ବିଫଳ ହେଉଛନ୍ତି ,ସେହି ସମୟରେ ଶ୍ରୀଯୁକ୍ତ ମାଝୀ ସେମାନଙ୍କୁ ଫେରାଇ ଆଣିବା ରେ ସଫଳ ହୋଇଛନ୍ତି । (ଗଜପତି,ରିପୋର୍ଟ୍ :- ଗରୁଡ଼ ଧ୍ଵଜ ଚୌଧୁରୀ)
odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com