No Result
View All Result
୧୨ ଜାନୁଆରୀ ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ଆୟୋଜିତ ପୁରୁଷ ଏଫଆଇଏଚ ହକି ବିଶ୍ୱ କପ ୨୦୨୩ ପୂର୍ବରୁ ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଂଟରେ କ୍ରୀଡ଼ା ପ୍ରେମୀମାନଙ୍କୁ ଉତ୍ସାହିତ କରିବା ଲାଗି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସହିତ ସହଭାଗୀ ହୋଇଥିଲା । ଏହି ଅଂଚଳରେ କ୍ରୀଡ଼ାର ପ୍ରସାର ସହିତ ଲୋକପ୍ରିୟ ଚାହିଦା ଅନୁଯାୟୀ ବେଦାନ୍ତ ମିଡୋସ କ୍ରିକେଟ ପଡ଼ିଆରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣମେଂଟ ଆୟୋଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଂଟକୁ ଉଦଘାଟନ କରିଥିଲେ ଶ୍ରୀ ରହୁଲ ଜୈନ, ସୁପରିଟେଣ୍ଡେଂଟ ଅଫ ପୋଲିସ (ଝାରସୁଗୁଡ଼ା), ଶ୍ରୀମତୀ ଆଲୋମନି ସେଠୀ, ପ୍ରକଳ୍ପ ନିର୍ଦ୍ଦେଶକ ରିସେଟଲମେଂଟ ଓ ରହାବିଲିଟେସନ (ଆର ଆଣ୍ଡ ଆର), ଶ୍ରୀ ଜୀବନ ମହାନ୍ତି, ସଭାପତି-ଓଡ଼ିଶା ହକି ସଂଘ, ଶ୍ରୀ ସୁସିଲ କୁମାର ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ଇନିସପେକ୍ଟର ଇନଚାର୍ଜ କୋଲାବିରା ଓ ବଡ଼ମାଳ ବ୍ଲକ ।
ଏହି ଟୁର୍ଣ୍ଣାମେଂଟରେ ୪ଟି ଟିମ ଅଂଶଗ୍ରହଣ କରିଥିଲେ, ୧୨ ଓଭର ମ୍ୟାଚ ଖେଳାଯାଇଥିଲା । ପ୍ରଶାସନ ୧୧ (ଜିଲ୍ଲା ପ୍ରଶାସନ) ପୋଲିସ ଏକାଦଶ (ପୋଲିସ ପ୍ରଶାସନ), ମିଡିଆ ୧୧ (ଝାରସୁଗୁଡ଼ାର ମିଡିଆ ହାଉସ) ଏବଂ କର୍ପୋରେଟ ୧୧ (ବେଦାନ୍ତ ଝାରସୁଗୁଡ଼ା, ମହାନଦୀ କୋଲ ଫିଲଡସ ଲିମିଟେଡ,ଓପିଜିସି ଓ ଟିଆରଏଲ କୋସାକି ରିଫ୍ରାକ୍ଟୋରିଜ ଲିମିଟେଡର କର୍ମଚାରୀ) ଥିଲେ । ଅନ୍ତିମ ମ୍ୟାଚ କର୍ପୋରେଟ ୧୧ ଓ ପୋଲିସ ଏକାଦଶ ମଧ୍ୟରେ ଖେଳାଯାଇଥିଲା ଓ ପୋଲିସ ଏକାଦଶ ଦଳ ବିଜେତା ହୋଇଥିଲା । ଗ୍ରାଣ୍ଡ ଫାଇନାଲରେ ଯୋଗ ଦେଇ ଶ୍ରୀ ସୁନୀଲ ଗୁପ୍ତା, ସିଇଓ-ବେଦାନ୍ତ ଲିଃ ଝାରସୁଗୁଡ଼ା କହିଛନ୍ତିଯେ ଅଧିକାଂଶ ହକି ଖେଳାଳୀମାନେ ଏହି ଅଂଚଳର ।
ଯୁବକ ମାନଙ୍କ ସାମଗ୍ରିକ ବିକାଶ ଓ କ୍ରୀଡ଼ା ପ୍ରତି ଆଗ୍ରହ ହେତୁ ଝାରସୁଗୁଡ଼ା ଓ ନିକଟବର୍ତି ଅଂଚଳରରେ କ୍ରୀଡ଼ା ସଂସ୍କୃତିର ପ୍ରତିପୋଷଣ ପାଇଁ ଆମେ ଚେଷ୍ଟା କରୁଛୁ । ପୁରୁଷ ଏଫଆଇଏଚ ହକି ବିଶ୍ୱ କପ ୨୦୨୩ ଆଗରେ, ବିଶ୍ୱରେ ଏକ ବଡ଼ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାରେ ଆମେ ଜିଲ୍ଲା ପ୍ରଶାସନକୁ ସମର୍ଥନ କରି ଆମେ ଆନନ୍ଦିତ । ବିଜୟୀ ଦଳକୁ ଅଭିନନ୍ଦନ ଜଣାଇ ଶ୍ରୀ ରାହୁଲ ଜେନା ପୋଲିସ ଅଧିକ୍ଷକ ଝାରସୁଗୁଡ଼ା କହିଛନ୍ତିଯେ କ୍ରିକେଟ ଟୁର୍ଣ୍ଣାମେଂଟ ସମସ୍ତଙ୍କ ପାଇଁ ଏକ ଝରଦ୍ଭଗ୍ଦସଗ୍ଧସଙ୍ଖସଗ୍ଧଚ୍ଚ: ଓଦ୍ଭଗ୍ଧରକ୍ସଦ୍ଭବକ୍ଷ (ଉ୩) ମଜାଦାର ଖେଳ । ଏହି ଅବସରରେ ପୁରୁଷ ଏଫଆଇଏଚ ହକି ବିଶ୍ୱ କପ ୨୦୨୩ ପାଇଁ ଏକ ସ୍ୱତନ୍ତ୍ର ସଚେତନତା ଓ ଉତ୍ସାହ ସୃଷ୍ଟିରେ ଏହା ସାହାଯ୍ୟ କରିଛି । ଆମକୁ ବେଦାନ୍ତ ପକ୍ଷରୁ ସହାୟତା ପାଇଁ ଧନ୍ୟବାଦ ।ଟୁର୍ଣ୍ଣାମେଂଟ ଆୟୋଜନ ପାଇଁ ବେଦାନ୍ତର ସହଯୋଗକୁ ଧନ୍ୟବାଦ ଜଣାଇ ଶ୍ରୀମତୀ ଆଲୋମନି ସେଠୀ କହିଥିଲେଯେ-ପୁରୁଷ ଏଫଆଇଏଚ ହକି ବିଶ୍ୱ କପ ୨୦୨୩ ଆମ ଓଡ଼ିଶା ପାଇଁ ଏକ ଗୌରବ । ଏହା ଓଡ଼ିଶା ପାଇଁ ଏକ ବଡ଼ କ୍ରୀଡ଼ା ଇଭେଂଟ । ଶ୍ରୀ ଜୀବନ ମହାନ୍ତି, ଉପ ସଭାପତି, ଓଡ଼ିଶା ହକି ସଂଘ କହିଥିଲେ ଯେ- ଓଡ଼ିଶା ବହୁ ହକି ଖେଳାଳୀଙ୍କୁ ଜନ୍ମ ଦେଇଛି । ଆଗାମୀ ପୁରୁଷ ଏଫଆଇଏଚ ହକି ବିଶ୍ୱ କପ ୨୦୨୩ କ୍ରୀଡ଼ା ଇଭେଂଟ ସେମାନଙ୍କ ପାଇଁ ଏକ ବଳିଷ୍ଠ ପ୍ଲାଟଫର୍ମ । ଏହି ଅଂଚଳରେ କ୍ରୀଡ଼ା ସଚେତନତା ସୃଷ୍ଟି ପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି ।
ବେଦାନ୍ତ ଆଲୁମିନିୟମ ଉତ୍ପାଦନ କରିବାରେ ଭାରତର ବୃହତମ ଉତ୍ପାଦକ ଓ ଆର୍ଥିକ ବର୍ଷ ୨୨ରେ ୨.୨୭ ମିଲିୟନ ଟନ ଆଲୁମିନିୟମ ଉତ୍ପାଦନ କରୁଛି । ଏହା ମୂଲ୍ୟଯୁକ୍ତ ଉତ୍ପାଦ ସୃଷ୍ଟିରେ ଅଗ୍ରଣୀ ଉତ୍ପାଦକ । ବେଦାନ୍ତ ଆଲୁମିନିୟମର ର୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତି, ଆର ଆଣ୍ଡ ଡି ଓ ଅଭିନବ ଦକ୍ଷତାକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।
No Result
View All Result